Latest Odisha News

BREAKING NEWS

ସୁସ୍ଥ ହେବା ପାଇଁ ମ୍ୟୁଜିକ୍‌ ଥେରାପି ନେଉଛନ୍ତି ଅଭିନେତା ରାହୁଲ ରୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାହୁଲ ରୟ ଅତୀତରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏବେ ସେ ସେଥିରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ମସ୍ତିଷ୍କ ଆଘାତ ଲାଗିଥିବା ସମୟରେ ରାହୁଲ କାର୍ଗିଲରେ ‘LAC-Live the Battle’ ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ମସ୍ତିଷ୍କ ଆଘାତ ପାଇବା ମାତ୍ରେ ତାଙ୍କୁ ପ୍ରଥମେ ଶ୍ରୀନଗରକୁ, ପରେ ମୁମ୍ବାଇକୁ ଅଣାଯାଇଥିଲା। ତେବେ ବର୍ତ୍ତମାନ ସମୟରେ ରାହୁଲ କିଛି ମାତ୍ରାରେ ଆରୋଗ୍ୟ ଲାଭ କରିଛନ୍ତି।

ରାହୁଲ ରୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ସହ ନଜର ଆସିଛନ୍ତି। ଭିଡିଓରେ ପ୍ରିୟଙ୍କା ରାହୁଲଙ୍କୁ ସରଗମ୍‌ ଗାଇ ମ୍ୟୁଜିକ୍ ଥେରାପି ଦେଉଛନ୍ତି। ଏହି ଭିଡିଓ ସେୟାର କରି ରାହୁଲ କ୍ୟାପସନରେ ଲେଖିଛନ୍ତି, ଶୁଭ ସନ୍ଧ୍ୟା ମୋର ପ୍ରିୟ ପ୍ରଶଂସକ। ମୁଁ ଆଶା କରେ ଆପଣ ସମସ୍ତେ ମୋର ସୁସ୍ଥ ହେଉଥିବାର ଏହି ଭିଡିଓ ପସନ୍ଦ କରିବେ ଯାହା ମୁଁ ଆପଣଙ୍କ ସହ ସେୟାର କରୁଛି।

ବ୍ରେନ୍ ଷ୍ଟ୍ରୋକ୍ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ସହଜ ନୁହେଁ, ଏଥିପାଇଁ ବହୁତ ପରିଶ୍ରମ ଆବଶ୍ୟକ, ଅନେକ ଜିନିଷର ଯତ୍ନ ନେବାକୁ ପଡିଥାଏ। ମୋର କହିବାର ପଦ୍ଧତିରେ ଏକ ପରିବର୍ତ୍ତନ ଆସିଛି ଏବଂ ମ୍ୟୁଜିକ୍ ଥେରାପି ଏହାକୁ ସଂଶୋଧନ କରିବାରେ ସାହାଯ୍ୟ କରିବ।

Comments are closed.