Latest Odisha News

BREAKING NEWS

ହଟ୍ଟଗୋଳରୁ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହେବା କ୍ଷଣି ତମ୍ବିତଫାନ । ବିରୋଧଙ୍କ ହଟ୍ଟଗୋଳ, ନାରାବାଜି । ଧାନକିଣା ବେଳେ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଏହି ଦୁଇଟି ପ୍ରସଙ୍ଗରେ ସ୍ୱତନ୍ତ୍ର ମୋସନ୍ ଆଣି ଆଲୋଚନା ଦାବି କରିଛନ୍ତି ବିରୋଧୀ ।

ବାଟସ୍ପତିଙ୍କ ପୋଡିୟମ୍ ଆଗରେ ଆସି ସେମାନେ ନାରାବାଜି କରିଥିଲେ ବିରୋଧୀ ଦଳର ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିଥିଲେ । ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ।

ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଶକ୍ତି, କ୍ରୀଡା ଓ ଯୁବ କଲ୍ୟାଣ, ଶିଳ୍ପ, ସୂଚନା ପ୍ରଯୁକ୍ତି , ଏମଏସଏମଇ ଆଦି ବିଭାଗର ପ୍ରଶ୍ନୋତ୍ତର କାଳ ରହିଛି । ବିଭାଗୀୟ ମନ୍ତ୍ରୀ ଗୃହରେ ପ୍ରଶ୍ନର ଉତ୍ତର ରଖିବେ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ।

Leave A Reply

Your email address will not be published.