Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଆମେଥି ଓ ସୋନିଆ ରାଏବରେଲି ଆସନରୁ ଲୋକସଭା ପ୍ରାର୍ଥୀ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଗୁରୁବାର ଦିନ ଗୁଜରାଟ ଓ ଉତ୍ତରପ୍ରଦେଶର ୧୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ।

କଂଗ୍ରେସର ଏହି ୧ମ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି ସେଥିମଧ୍ୟରୁ ଗୁଜରାଟର ୧୧ଟି ଓ ଉତ୍ତରପ୍ରଦେଶର ୪ଟି ଆସନ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥିରୁ ଏବଂ ୟୁପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲି ଆସନରୁ ନିର୍ବାଚନ ଲଢିବା ନେଇ ଏହି ତାଲିକାରେ ପ୍ରକାଶ ପାଇଛି ।

ତେବେ ଉତ୍ତରପ୍ରଦେଶ ଉତ୍ତରାଞ୍ଚଳ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଏହି ତାଲିକାରେ ନାହିଁ ।

ଅନ୍ୟ ଯେଉଁ ବରିଷ୍ଠ କଂଗ୍ରେସ ନେତାମାନଙ୍କ ଏହି ତାଲିକାରେ ନାମ ଓ ନିର୍ବାଚନ ମଣ୍ଡଳୀ ପ୍ରକାଶିତ ହୋଇଛି ସେମାନେ ହେଲେ – ସଲମାନ ଖୁର୍ସିଦ (ଫାରୁକାବାଦ), ଆରପିଏନ ସିଂହ (ଖୁସି ନଗର), ନିର୍ମଳ ସିଂହ (ଫୈଜାବାଦ), ବ୍ରିଜ ଲାଲ୍ ଖାବ୍ରୀ (ଜଲାଉଁ), ରାଜାରାମ ପାଲ (ଆକବରପୁର), ଇମ୍ରାନ ମାସୁଦ (ସାହରନପୁର), ସଲିମ ଇକବଲ ସେରବାନି (ବଦାଉଁ), ଜିତିନ୍ ପ୍ରସାଦ (ଧଉରାରା) ଏବଂ ଅନ୍ନୁ ସିଂହ (ଉନ୍ନାଉ) ।

ସେହିପରି ଗୁଜରାଟର ୨ଟି ଲୋକସଭା ଆସନ ବରୋଦରାରୁ ପ୍ରଶାନ୍ତ ପଟେଲ ଏବଂ ଆନନ୍ଦ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭରତସିଂହ ସୋଲାଙ୍କି କଂଗ୍ରେସ ଟିକଟରୁ ନିର୍ବାଚନ ଲଢିବେ । ଯେଉଁଠି ବିଜେପି ବେଶ୍ ମଜବୁତ ସ୍ଥିତିରେ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ବରୋଦରା ଆସନରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ।

Leave A Reply

Your email address will not be published.