Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ବାଲେଶ୍ୱର/ବୌଦ୍ଧ : ବାଲେଶ୍ୱର ଓ ବୌଦ୍ଧ ଜିଲ୍ଲାରେ ଶୁକ୍ରବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନିକଟରେ ଥିବା ଦଣ୍ଡକାଳୀ ମନ୍ଦିର ଠାରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଉଦଳାରୁ ଭୁବନେଶ୍ୱର ଯାଉଥିବା ଏ ଘରୋଇ ବସଟି ଦାଣ୍ଡକାଳୀ ମନ୍ଦିର ନିକଟରେ ଥିବା ଚା’ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲା। ବସ୍ରୁ ଯାତ୍ରୀମାନେ ଓହ୍ଲାଇ ଚା’ ପିଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକଟି ବସରୁ ଓହ୍ଲାଇ ଚା’ ପିଉଥିବା ଜଣେ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ନିକଟରେ ଛିଡ଼ା ହୋଇଥିବା ଟ୍ରକ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବର ପାଇ ଖଣ୍ଡପଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସେହିପରି ବୌଦ୍ଧ ଜିଲ୍ଲାର ୫୭ ନଂ ଜାତୀୟ ରାଜପଥ ନିକଟସ୍ଥ ପୁରୁଣାକଟକରେ ଜଣେ ଯୁବକ ବାଇକରେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଡ୍ରେନରେ ପିଟି ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତକଙ୍କ ନାମ ଭାଗିରଥି ସେଠୀ ଏବଂ ସେ ରମ୍ଭିକଟା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାନୁଯାୟୀ ତାଙ୍କୁ ଉଦ୍ଧାର କରାଯାଇ ସାମୁଦ୍ରିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.