Latest Odisha News

BREAKING NEWS

ରେଷ୍ଟୁରାଣ୍ଟରେ ଖାଦ୍ୟକୁ ନେଇ ଚାଞ୍ଚଲ୍ୟ, ଚିକେନ୍ ଥାଳିରୁ ବାହାରିଲା ମଲା ମୂଷା

ମୁମ୍ବାଇ: ମୁମ୍ବାଇର ଏକ ପ୍ରସିଦ୍ଧ ହୋଟେଲରେ ଖାଦ୍ୟକୁ ନେଇ ଚାଞ୍ଚଲ୍ୟ। ଏଠାରେ ଜଣେ ଗ୍ରାହକ ଖାଇବା ପାଇଁ ଆମିଷ ଅର୍ଡର କରିଥିଲେ। କିନ୍ତୁ ତାଙ୍କ ଖାଇବା ଥାଳିରେ ଏକ ମୃତ ମୂଷା ମିଳିଲା। ଏହି ଘଟଣା ପରେ ଏଫଡିଏ ଅଧିକାରୀମାନେ ଉକ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢାଉ କରିଛନ୍ତି। ବିଭିନ୍ନ ଦେଶରୁ ସାଧାରଣ ନାଗରିକ ଏବଂ ବିଦେଶୀମାନେ ମୁମ୍ବାଇର ପ୍ରସିଦ୍ଧ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଆନ୍ତି। କିନ୍ତୁ ଏହି ହୋଟେଲଗୁଡିକରେ ଏପରି ଖାଦ୍ୟ ପ୍ରସ୍ତୁତ ହୁଏ ସେନେଇ ସମାଲୋଚନା ଚାଲିଛି।

ନିକଟରେ ଏକ ଦମ୍ପତି ମଧ୍ୟାହ୍ନ ଭୋଜନ ପାଇଁ ମୁମ୍ବାଇର ପ୍ରସିଦ୍ଧ ପାପା ପଞ୍ଚୋ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେମାନେ ରୁଟି, ଚିକେନ୍ ଏବଂ ମଟନ୍ ଥାଳି ଅର୍ଡର କରିଥିଲେ। ଖାଇବାବେଳେ ତାଙ୍କ ଆଖି ଚିକେନ୍ ଖଣ୍ଡ ଉପରେ ପଡିଥିଲା, ଯାହା ଅନ୍ୟ ଖଣ୍ଡଠାରୁ ଭିନ୍ନ ଥିଲା। ଯେତେବେଳେ ସେମାନେ ଏହାକୁ ଭଲ ଭାବେ ଦେଖିଲେ, ଜାଣିବାକୁ ପାଇଲେ ଏହାକ ଏକ ମୃତ ଶିଶୁ ମୂଷା। ଏହା ଦେଖି ଦମ୍ପତି ସେଠାରୁ ଚାଲିଗଲେ। ସେ ତୁରନ୍ତ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସମ୍ପୃକ୍ତ ବିଷୟଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ଘଟଣା ସମ୍ପର୍କରେ ଏଫଡିଏ ସୂଚନା ପାଇବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି। ବିଭାଗୀୟ ଅଧିକାରୀମାନେ ବର୍ତ୍ତମାନ ମୁମ୍ବାଇର ବଡ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢାଉ କରୁଛନ୍ତି। ମୁମ୍ବାଇର ସମସ୍ତ ଛୋଟ-ବଡ ହୋଟେଲ ଉପରେ ଚଢାଉ କରୁଛି ବିଭାଗ। ବିଶେଷକରି ହୋଟେଲର ରୋଷେଇ ଘରେ ସଫା ଏବଂ ପରିଷ୍କାର ଅଛି ନା ନାହିଁ ସେ ଉପରେ ତଦନ୍ତ କରାଯାଉଛି। ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

Comments are closed.