ଯାଜପୁର : ଅବକାରୀ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ । ବ୍ୟାସନଗର, କୋରାଇ ଓ ରଗଡ଼ି ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୮୦୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ୧୬ ଜଣ ଅଭିଯୁକ୍ତ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୧ଟି ବାଇକ୍ ଜବତ କରିଛି ଅବକାରୀ ବିଭାଗ ।
ସୂଚନା ଅନୁସାରେ, ବ୍ୟାସନଗର, କୋରେଇ ଓ ରଗଡ଼ି ଆଦି ଅଞ୍ଚଳରେ ବିପୁଳ ପରିମାଣର ଦେଶୀ ମଦ ଚୋରା କାରବାର ହେଉଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହି ବେଆଇନ ଦେଶୀ ମଦ ବେପାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ତେବେ ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଗତକାଲି ରାତିରେ ବ୍ୟାସନଗର ପୌରାଞ୍ଚଳ ସମେତ କୋରାଇ ଓ ରଗଡ଼ି ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୮୦୫ ଲିଟର ଦେଶୀ ମଦ ଓ ୧୧ଟି ବାଇକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
Comments are closed.