Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ବର୍ଗ ପାଇଁ ବକ୍ତୃତାର ବିଷୟବସ୍ତୁ “ଭାରି ବଢ଼ିଆ ମୋ ଭାଷା ଓଡ଼ିଆ’ ଏବଂ ବରିଷ୍ଠ ବର୍ଗ ପାଇଁ ବକ୍ତୃତାର ବିଷୟବସ୍ତୁ “ସାହିତ୍ୟ ପଢ଼ିବା ସମାଜ ଗଢ଼ିବା ” ରଖାଯାଇଥିଲା । ଏହା ସହ ସାହିତ୍ୟ ସମ୍ପର୍କିତ ସାଧାରଣଜ୍ଞାନ ଏବଂ କବିତା ଆବୃତ୍ତି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ହେଲେ, ସାହିତ୍ୟ ସମ୍ପର୍କିତ ବକ୍ତୃତା(କନିଷ୍ଠ) : ସ୍ୱାତିଶ୍ରୀ ସଞ୍ଚିତା ବାରିକ, ଭଦ୍ରକ (ପ୍ରଥମ), ଆୟୁଷ କୁମାର ଶତପଥୀ, ବାଲେଶ୍ୱର ( ଦ୍ୱିତୀୟ), ଅର୍ପିତା ମହାପାତ୍ର, ଗଞ୍ଜାମ (ତୃତୀୟ), ସାହିତ୍ୟ ସମ୍ପର୍କିତ ବକ୍ତୃତା(ବରିଷ୍ଠ) : ଅବିସ୍ମରା ମିଶ୍ର, ଜଗତ୍‌ସିଂହପୁର (ପ୍ରଥମ), ରେଶ୍ମା ସ୍ୱାଇଁ, ନୟାଗଡ଼ (ଦ୍ୱିତୀୟ), ଦିବ୍ୟଜ୍ୟୋତି କୋଇଲା, ବାଲେଶ୍ୱର (ତୃତୀୟ), କବିତା ଆବୃତ୍ତି (କନିଷ୍ଠ): ଶ୍ରୀମାନ ସାଇଚନ୍ଦନ ଦାସ, ଢେଙ୍କନାଳ (ପ୍ରଥମ), ରୁଦ୍ରରୂପା ବ୍ରହ୍ମା, ଗଞ୍ଜାମ (ଦ୍ୱିତୀୟ), ଦୀପଶିଖା ମିଶ୍ର, ଜଗତସିଂହପୁର (ତୃତୀୟ), କବିତା ଆବୃତ୍ତି (ବରିଷ୍ଠ) ଦେବଦତ୍ତ ତ୍ରିପାଠୀ, ଅନୁଗୁଳ(ପ୍ରଥମ), ସ୍ୱାଗତିକା ସାହୁ, ରାୟଗଡ଼(ଦ୍ୱିତୀୟ), ସ୍ନେହାରାଣୀ ପ୍ରଧାନ, ଝାରସୁଗୁଡ଼ା (ତୃତୀୟ), ସାହିତ୍ୟ ସମ୍ପର୍କିତ ସାଧାରଣଜ୍ଞାନ (କନିଷ୍ଠ) ସୁଶ୍ରୀସ୍ମିତା ଆଡ଼ବଙ୍ଗ, ନୂଆପଡ଼ା (ପ୍ରଥମ), ଅଙ୍କିତା ସାହୁ, ଯାଜପୁର(ଦ୍ୱିତୀୟ), ଆଞ୍ଜେଲିନା ପଟ୍ଟନାୟକ, ନୟାଗଡ଼ (ତୃତୀୟ) , ସାହିତ୍ୟ ସମ୍ପର୍କିତ ସାଧାରଣଜ୍ଞାନ (ବରିଷ୍ଠ) ସ୍ମୃତିରେଖା ପଢ଼ିଆରୀ, କେନ୍ଦୁଝର (ପ୍ରଥମ), ଶୁଭଙ୍କର ପଣ୍ଡା, ଗଞ୍ଜାମ (ଦ୍ୱିତୀୟ), ସମୀକ୍ଷା ପ୍ରଧାନ, କନ୍ଧମାଳ, ସ୍ୱର୍ଣ୍ଣଶ୍ରୀ ପ୍ରିୟଦର୍ଶିନୀ ସାହୁ, ନୟାଗଡ଼(ଯୁଗ୍ମ ତୃତୀୟ) ସ୍ଥାନ ଅଧିକାର କରି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।

ପ୍ରତିଯୋଗିତାରେ ପ୍ରତ୍ୟେକଟି ବିଭାଗକୁ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ପରିଚାଳନା କରିଥିଲେ । ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ ଓ ଉପସଭାପତି ସଂଗ୍ରାମ ଜେନା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ବିଚାରକ ଭାବେ ଯୋଗଦାନ କରିଥିବା ସାରସ୍ୱତ ସ୍ରଷ୍ଟାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ୨୫ ଜୁଲାଇ ୨୦୨୧ ରିଖ ଏକାଡେମୀ ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ କରାଯିବ ବୋଲି ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.