ନୂଆପଡା: ନୂଆପଡା ଅବକାରୀ ବିଭାଗକୁ ବଡ ସଫଳତା । ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଦଳକୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଜିଲ୍ଲାର ୪ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୯ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଅଭିଯୁକ୍ତ ମଧ୍ୟ ପ୍ରଦେଶ ର ବୋଲି ଜଣାପଡିଛି । ସୂଚନା ଅନୁସାରେ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଁ ଜିଲ୍ଲାର ୪ଟି ସ୍ଥାନରେ ଚଢାଉ କରିଥିଲା । ନୂଆପଡା ଅବକାରୀ ବିଭାଗ ମୋବାଇଲ ୟୁନିଟ ସାନମହେଶ୍ୱର ଛକ ଠାରେ ୪୦ କେଜି ଜବତ କରିଥିବା ବେଳେ ଖରିଆର ରୋଡ଼ ମୋବାଇଲ ୟୁନିଟ ଖରିଆର ରୋଡ଼ ଠାରେ ୩୮ କେଜି, ଖରିଆର ଟିମ ବରଗାଁ ଛକ ଠାରେ ୩୯ ଓ ସିନାପାଲି ଅବକାରୀ ବିଭାଗ ଟିମନପୁର ଠାରେ ୩୬ କେଜି ଗଞ୍ଜେଇ ଜବତ କରିଛି।
ସମସ୍ତେ ମଧ୍ୟପ୍ରଦେଶ ଯିବାକୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଗିରଫ ୯ ଜଣ ମହିଳା ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲା ସାହାପୁରା ଥାନା ପରଡ଼ିଆ କାଲା ଗ୍ରାମର ସାୟା ଭିହିଲିଆ, କରିସ୍ମା ଭିହିଲିଆ, ସୁଲୁନିଆ ଭିହିଲିଆ , ନାଜିନା ଧୂର୍ୱେ , ଫୁଲଭା ଧୂର୍ୱେ , ନେହୁଲା ଭିହିଲିଆ , ନାଶବାଇ ଭିହିଲିଆ , ଅରସେନା ଭିହିଲିଆ ଓ ଆରସାନା ଭିହିଲିଆ ବୋଲି ଜଣାପଡିଛି । ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଲଣ ବଢ଼ିଥିବା ବେଳେ ଅନ୍ତଃରାଜ୍ୟ ବେପାରୀ ମାନେ ବୌଦ୍ଧ, କଳାହାଣ୍ଡି ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ଛତିଶଗଡ଼ ରାଜ୍ୟ ଦେଇ ବିଭିନ୍ନ ରାଜ୍ୟକୁ ଚାଲଣ କରୁଥିବା ଜଣା ପଡିଛି। ଏହା ପୂର୍ବରୁ ଗତ ସପ୍ତାହ ତଳେ ସିନାପାଲି ଅଞ୍ଚଳରୁ ପାଞ୍ଚ ଜଣ ମହିଳା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ସେମାନେ ମଧ୍ୟ ମଧ୍ୟପ୍ରଦେଶ ର ହୋଇଥିବା ସୂଚନା ରହିଛି ।
Comments are closed.