Latest Odisha News

BREAKING NEWS

ରାଜଧାନୀରେ ରେଡ୍ ହେଲା ‘ହୁକ୍କା ବାର୍’….

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଏକ ହୁକ୍କା ବାର୍ ଉପରେ ଅତର୍କୀତ ଭାବେ ଚଢଉ ହୋଇଛି । ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏହି ବାର୍ କୁ ପୋଲିସ, ଅବକାରୀ ପୋଲିସ, ଡ୍ରଗ୍ ଇନିସପେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ତଥା ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ ଗୁରୁବାର ଦିନ ଚଢଉ କରାଯାଇଥିଲା ।

ଚନ୍ଦ୍ରଶେଖରପୁରରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ଏହି ହୁକା ବାର ଚାଲିଥିବା ନେଇ ସୂଚନା ପାଇବା ପରେ କୌଶଳକ୍ରମେ ରେଡ୍ କରାଯାଇଛି । କିଚେନ୍ ଏଣ୍ଡ କ୍ୟାଫେ ନିକଟରେ ଏହି ରେଡ୍ କରାଯାଇ ଏଠାରେ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ଜବତ କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ଡ୍ରଗ୍ ଇନିସପେକ୍ଟର୍ କହିଛନ୍ତି, ଜବତ ହୋଇଥିବା ସାମଗ୍ରୀ ଗୁଡ଼ିକ କେଉଁ ମାନର ତାହା ଏବେ ପରୀକ୍ଷା ଚାଲିଛି । ଏପରିକି ଏହି ହୁକ୍କା ବାର୍ ଚଳାଉଥିବା ଏହାର ମାଲିକ ଉପଯୁକ୍ତ ଲାଇସେନ୍ସ ପ୍ରାପ୍ତ କି ନାହିଁ ତାହା ମଧ୍ୟ ଯାଞ୍ଚ ଚାଲିଥିବା କହିଛନ୍ତି ଇନସପେକ୍ଟର୍ ।

ଏଠାରେ ନିକୋଟିନ ମିଳେ ତେବେ ବାର୍ କୁ ଜବତ କରାଯିବ ବୋଲି କହିଛନ୍ତି ଡ୍ରଗ୍ ଇନସପେକ୍ଟର ।

Leave A Reply

Your email address will not be published.