Latest Odisha News

ବାଘ ଛୁଆ ପରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ : ବିଷାକ୍ତ ସାପ ଦଂଶନ ସନ୍ଦେହ

ଭୁବନେଶ୍ବର :  କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

BjdElectrycity

ଗତକାଲି ସନ୍ଧ୍ୟାରେଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ ସିଂହୀଟିର ଚିକତ୍ସା ଚାଲିଥିଲା । ତେବେ ଚିକତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ସିଂହୀ ରହୁଥିଲା ।

କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିଲା। ବାଘୁଣୀ ରୁପା ଠାରୁ ଜନ୍ମ ନେଇଥିବା ବାଘ ଛୁଆର ମୃତ୍ୟୁ ଘଟିଥିଲା । ୩ଟି ଛୁଆକୁ ଜନ୍ମ ପରେ ପାଖ ପୁରାଇ ଦେଉନଥିଲା ବାଘୁଣୀ ରୁପା । ପୂର୍ବରୁ ମଧ୍ୟ ଆଉ ଏକ ବାଘ ଛୁଆର ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.