Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ପାରଳାଖେମୁଣ୍ଡି-ପରପତନମ ମଧ୍ୟରେ ରେଳ ଟ୍ରାକ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର : ଗଜପତି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ପ୍ରଭାବରେ ପାରଳାଖେମୁଣ୍ଡି ଓ ପରପତନମ ମଧ୍ୟରେ ଥିବା ରେଳ ଟ୍ରାକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଟ୍ରାକର ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।

ବାତ୍ୟା ତିତଲି ଯୋଗୁଁ ଚାରିଆଡେ ବନ୍ୟା ପରିସ୍ଥିତି ଉପୁଜି ଏହି ରେଳ ଟ୍ରାକଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା ।


ଇଷ୍ଟକୋଷ୍ଟ ରେଲୱେର ସୂଚନା ମୁତାବକ ରେଲୱେ ଟ୍ରାକର ଆପ୍ରୋଚ ରୋଡ ବର୍ଷା ଯୋଗୁଁ ଧୋଇଯାଇଥିବାରୁ ଏହାର ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହେବାରେ ଲାଗିଛି । ବହୁ ବାଧାବିଘ୍ନ ସତ୍ୱେ ରେଲୱେ ଟିମ୍ ବୁଧବାର ଦିନ ସମସ୍ତ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିଛନ୍ତି ।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବିତ ଯେଉଁସବୁ ଟ୍ରାକ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଅଦ୍ୟାବଧି ମରାମତି କାର୍ଯ୍ୟ ସରିଯାଇଛି । ଇଷ୍ଟକୋଷ୍ଟ ରେଲୱେରୁ ଜଣାପଡିଛି ଅକ୍ଟୋବର ୨୨ ସୁଦ୍ଧା ସମସ୍ତ ମରାମତି ସମ୍ପୂର୍ଣ୍ଣ ହୋଇ ପାରଳାଖେମୁଣ୍ଡି ଓ ପରପତନମ ମଧ୍ୟରେ ରେଳ ଚଳାଚଳ ସ୍ୱାଭାବିକ ଭାବେ ଚାଲୁରହିବ ।

Leave A Reply

Your email address will not be published.