Latest Odisha News

BREAKING NEWS

ଟ୍ରକ ଧକ୍କା ଦେଲା ତ୍ରିଭେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ, ୧ ମୃତ

ଭୋପାଳ : ତ୍ରିଭେନ୍ଦ୍ରମ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରତଲାମ ନିକଟରେ ଏକ ଜଗୁଆଳୀ ବିହିନ ରେଳ ଫାଟକରେ ଗୋଟିଏ ଟ୍ରକ ସହ ଟ୍ରେନଟି ଧକ୍କା ହୋଇଥିଲା ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ବିଶେଷ କିଛି କ୍ଷତି ହୋଇନଥିବା ବେଳେ ଗୁରୁତର ଟ୍ରକ ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ ଚିକିତ୍ସାଳୟକୁ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।

ଏଥିସହିତ ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିବା ବେଳେ ଟ୍ରେନର ୨ଟି ବଗି ନମ୍ବର ବି-୭ ଓ ବି-୮ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ନେଇ ଜଣାପଡିଛି ।

ତେବେ କ୍ଷତିଗ୍ରସ୍ତ ବଗି ଦୁଇଟିକୁ ଛାଡି ରାଜଧାନୀ ଏକ୍ସପ୍ରେସ ପୁଣି ଯାତ୍ରା ଆରମ୍ଭ କରିଥିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.