Latest Odisha News

ଟ୍ରେନ୍ ଯାତ୍ରା ପାଇଁ ରେଳବାଇ ଜାରି କଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍

ଭୁବନେଶ୍ବର : ସାରା ଦେଶରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ଦେଶ୍ୟରେ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ବା ଏସଓପି ଜାରି କରିଛି ରେଳ ମନ୍ତ୍ରଣାଳୟ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏହା ବ୍ୟତୀତ ଅଣସଂରକ୍ଷିତ ଟିକେଟ୍ ସୀମିତ ଟ୍ରେନରେ ଅନୁମତି ଦିଆଯିବ । ଯେଉଁଥିରେ କେବଳ ଅଣସଂରକ୍ଷିତ ଯାତ୍ରାକୁ ଅନୁମତି ମିଳିବ ।

ମହାମାରୀ କରୋନା କାରଣରୁ ଟ୍ରେନ ଭଡ଼ାରେ କ୍ୟାଟରିଂ ଚାର୍ଜ ଅନ୍ତର୍ଭୂକ୍ତ କରାଯିବ ନାହିଁ । ଟ୍ରେନରେ ପ୍ରିପେଡ୍ କ୍ୟାଟରିଂ ସେବାକୁ ବନ୍ଦ କରାଯାଇଛି । ହେଲେ, ପ୍ୟାକ୍ ହୋଇଥିବା ଭୋଜନ, ପ୍ୟାକେଜ୍ ପାନୀୟ ଜଳ ବୋତଲ, ଚା, କଫି, ପାନୀୟ ଇତ୍ୟାଦି ପ୍ୟାଣ୍ଟ୍ରି କାର୍ ଏବଂ ଟ୍ରେନ୍ ସାଇଡ୍ ଭେଣ୍ଡିଂ କରୁଥିବା ଭେଣ୍ଡରଙ୍କ ଠାରୁ କିଣି ପାରିବେ ଯାତ୍ରୀ । ତେବେ ଟିକେଟ୍ ବୁକିଂ ସମୟରେ ଏହି ସୂଚନା ଉପଲବ୍ଧ କରିବାକୁ ହେବ ।

ଏହାବ୍ୟତୀତ, IRCTC ଇ-କ୍ୟାଟରିଂ ସୁବିଧା ମାଧ୍ୟମରେ ଯାତ୍ରୀମାନଙ୍କୁ କ୍ୟାଟରିଂ ସେବା ଉପଲବ୍ଧ ହୋଇପାରିବ । କିନ୍ତୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ଏବଂ ସ୍ୱଚ୍ଛତା ପ୍ରୋଟୋକଲକୁ ମାନିବାକୁ ପଡିବ । ଟ୍ରେନ୍ ଭିତରେ କୌଣସି ଲିନେନ, କମ୍ବଳ ଏବଂ ପରଦା ଇତ୍ୟାଦି ଯୋଗାଇ ଦିଆଯିବ ନାହିଁ । ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ନିଜର ଲିନେନ ଆଣିବାକୁ ଅନୁରୋଧ କରାଯାଇଛି ।

ଷ୍ଟେସନ ଏବଂ ଟ୍ରେନରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନଚେତ୍ ଯାତ୍ରୀମାନଙ୍କଠାରୁ ପାଞ୍ଚ ଶହ ଟଙ୍କା ଜରିମାନା ଆଦାୟ କରାଯିବ । ସମସ୍ତ ଯାତ୍ରୀମାନେ ରେଳବାଇ ଦ୍ବାରା ନିର୍ଦ୍ଦିଷ୍ଟ COVID ପ୍ରୋଟୋକଲ ପାଳନ କରିବା ସହିତ ଆରୋଗ୍ୟ ସେତୁ ଆପ ଡାଉନ ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି | ଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂ ହେବା ପରେ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ।

Leave A Reply

Your email address will not be published.