Latest Odisha News

BREAKING NEWS

ପୃଥିବୀ ଉପରେ ଖସିପାରେ ଚୀନ ରକେଟର ବଡ଼ ଭଗ୍ନାଂଶ

ନୂଆଦିଲ୍ଲୀ: ଚୀନର ଏକ ରକେଟର ଭଗ୍ନାଂଶ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଯାହା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏହି ଭଗ୍ନାଂଶ ପୃଥିବୀ ଉପରେ ଖସିପାରେ । ତେବେ ଭଗ୍ନାଂଶ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଖସିବ ତାହା ସ୍ପଷ୍ଟ ହୋଇନାହିଁ । ଚୀନ୍ ଏପ୍ରିଲ ୨୯ରେ ଚୀନ ରକେଟ୍ ୫ବିର ଉତକ୍ଷେପଣ ହାଇନାନ ଦ୍ୱୀପରୁ କରିଥିଲା । ଯାହାକି ଚୀନର ସ୍ପେଶ୍ ଷ୍ଟେସନର ପ୍ରମୁଖ ମଡ୍ୟୁଲକୁ ପୃଥିବୀର ସ୍ଥଳ କକ୍ଷକୁ ନେଇକରି ଯାଉଥିଲା ।

ଏବେ ରକେଟର ଭଗ୍ନାଂଶର ପୃଥିବୀ ଉପରେ ଖସିବାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ଏହି ଭଗ୍ନାଂଶର ଓଜନ ୧୮ ଟନ୍ ବୋଲି ଜଣାପଡ଼ିଛି । ଏହା ବାୟୁ ମଣ୍ଡଳରେ ଅନିୟନ୍ତ୍ରିତ ଭାବେ ତଳକୁ ତଳୁ ଖସି ଚାଲିଛି । ଏହା ଉପରେ କେବଳ ଚୀନ ନୁହେଁ ବରଂ ଆମେରିକା ବି ଚିନ୍ତାବ୍ୟକ୍ତ କରିଛି ।

ଅନ୍ତରୀକ୍ଷ ଆବର୍ଜନା ଉପରେ କାମ କରୁଥିବା ବିଶେଷଜ୍ଞଙ୍କ ଅନୁସାରେ, ଚୀନ ରକେଟର ଭଗ୍ନାଂଶ ରବିବାର ସୁଦ୍ଧା ପୃଥିବୀ ପୃଷ୍ଠରେ ଖସିପାରେ । ତେବେ ଏହା ନିଶ୍ଚିତ ଭାବେ କୁହାଯାଇ ପାରିବ ନାହିଁ । ସାଧାରଣତଃ ରକେଟର ଭଗ୍ନାଂଶ ବାୟୁ ମଣ୍ଡଳରେ ପ୍ରବେଶ ପରେ ଜଳି ଯାଇଥାଏ । ତେବେ ସେଥିରୁ କିଛି ଅଂଶ ରହି ଯାଇଥାଏ ଯାହା ପୃଥିବୀ ପୃଷ୍ଠରେ ପଡ଼ିଥାଏ ।

Leave A Reply

Your email address will not be published.