Latest Odisha News

BREAKING NEWS

ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡି: ପରିବାରଙ୍କୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି ରେଳମନ୍ତ୍ରୀ

ଦାର୍ଜିଲିଂ: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ବାଲେଶ୍ୱର ବାହାନଗାର ପ୍ରତିଛବି | ପୁଣି ଏକ ବଡ ଟ୍ରେନ ଟ୍ରାଜେଡି | କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ହୋଇଥିବା ବେଳେ ୬୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି |

ଏହାରି ଭିତରେ ଟ୍ରେନ ଟ୍ରାଜେଡିରେ ମୃତାହତ ହୋଇଥିବା ଯାତ୍ରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ରେଳମନ୍ତ୍ରୀ । ସେହିପରି ଗୁରୁତର ଆହତଙ୍କୁ ୨ ଲକ୍ଷ ୫୦ ହଜାର ଓ ଆହତଙ୍କୁ ୫୦ ହଜାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି |

ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି | ମୃତ ଯାତ୍ରୀଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି |

ସୂଚନାଯୋଗ୍ୟ, ସୋମବାର କଞ୍ଚନଜୁଙ୍ଗା ଏକ୍ସପ୍ରେସ ବଙ୍ଗଳାର ନୂଆ ଜଲପାଇଗୁରୀ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୋଲକତାର ସିଲଦା ଷ୍ଟେସନକୁ ଯାତ୍ରା କରୁଥିବା ବେଳେ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ସିଲିଗୁରିର ରଙ୍ଗାପାନି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି | ଏଯାବତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି| ଏହାସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ମୃତାହତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି |

Leave A Reply

Your email address will not be published.