Latest Odisha News

BREAKING NEWS

ବାହାନଗାର ବିକାଶ ପାଇଁ ବୈଷ୍ନବ ଦେଲେ ୨ କୋଟି

ବାଲେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ଗସ୍ତ କରିଛନ୍ତି। ଯେଉଁଠାରେ ନିକଟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାର ଶିକାର ହେବାରୁ ଏଯାବତ ୨୯୨ ଜଣଙ୍କର ମୃତ୍ୟୁ ଘଟିଛି।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ବାହାନଗା ବଜାର ଗସ୍ତ କରି ସ୍ଥାନୀୟ ଲୋକଙ୍କୁ ଦୁର୍ଘଟଣା ବେଳେ ବଦାନ୍ୟତା ଦେଖାଇଥିବାରୁ ସାଧୁବାଦ ଦେବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଦୁଇ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ବାହାନଗା ଅଞ୍ଚଳର ବିକାଶ ପାଇଁ ନିଜର ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ସହାୟତା ଯୋଗାଇ ଦେଇଥିବା ବେଳେ ସ୍ଥାନୀୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରେଳବାଇ ପାଣ୍ଠିରୁ ଏକ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଜୁନ୍ ୨ ତାରିଖରେ ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ସ୍ଥାନୀୟ ଲୋକ, ଡାକ୍ତର ଓ ଚିକିତ୍ସା କର୍ମଚାରୀ ସମସ୍ତଙ୍କୁ ମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି।

ଦୁର୍ଘଟଣା ପରେ ବାହାନଗାକୁ ଦ୍ବିତୀୟ ଥର ମନ୍ତ୍ରୀ ଆସିବାର କାରଣ କହିବାକୁ ଯାଇ ଉଲ୍ଲେଖ କରିଛନ୍ତି, ଦୁର୍ଘଟଣା ପରେ ଅଞ୍ଚଳବାସୀ ଯେଉଁ ପ୍ରଶଂସନୀୟ କାମ କରିଛନ୍ତି ତାହା ପ୍ରଶଂସନୀୟ। ତେଣୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛନ୍ତି ବୋଲି କହିଛନ୍ତି।।

ସେ ବାଲେଶ୍ୱର ଡାକ୍ତରଖାନା ଯାଇ ଅଧିକାରୀ ଓ ଡାକ୍ତରଙ୍କୁ ଭେଟିଛନ୍ତି। ଏହାସହ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି। ବାଲେଶ୍ୱର ରେଳ ଷ୍ଟେସନର ବିକାଶ ନେଇ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.