ଭୁବନେଶ୍ୱର: ନା ଅଛି ସୁରକ୍ଷା ପ୍ରୋଟୋକଲ ନା ଅଛନ୍ତି ସିକ୍ୟୁରିଟି ଗାର୍ଡ । ସାଧାରଣ ଯାତ୍ରୀଙ୍କ ଭଳି ଟ୍ରେନରେ ଯାତ୍ରା କରିଛନ୍ତି ଖୋଦ୍ ରେଳ ମନ୍ତ୍ରୀ ।ଭୁବନେଶ୍ୱରରୁ ରାୟଗଡା ରେଳରେ ଯାତ୍ରା କଲେ ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ହୀରାଖଣ୍ଡ ଏକ୍ସପ୍ରେସରେ ସେ ଯାତ୍ରା କରି ଯାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ଏହା ସହ ସେ ରେଳଯାତ୍ରୀଙ୍କ ଠାରୁ ରେଳ ଯାତ୍ରାରେ ହେଉଥିବା ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି । 
ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିବା ପୂର୍ବରୁ ରେଳ ମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ୍ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହ ଷ୍ଟେସନ୍ର ପରିମଳ ବ୍ୟବସ୍ଥାର ପ୍ରଶଂସା କରିଛନ୍ତି । ଏହାପରେ ସାଧାରଣ ଯାତ୍ରୀଙ୍କ ସହ ହୀରାଖଣ୍ଡ ଏକ୍ସପ୍ରେସରେ ସେ ଭୁବନେଶ୍ୱରରୁ ରାୟଗଡା ଯାତ୍ରା କରିଛନ୍ତି ।
Comments are closed.