Latest Odisha News

BREAKING NEWS

କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାର ଉଦଘାଟିତ କଲେ ଅଶ୍ୱିନୀ ବୈଷ୍ଣବ 

କଟକ: ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦଘାଟିତ କରିଛନ୍ତି। ଏଥିସହିତ ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି। ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ସହିତ ଏହି ନୂତନ ପ୍ରବେଶ, ଯାତ୍ରୀ ମାନଙ୍କ ଯାତାୟାତରେ ଉନ୍ନତ କରିବାକୁ, ଆଧୁନିକ ସୁବିଧା, ନିରାପତ୍ତା ପ୍ରଦାନ କରିବାକୁ ସ୍ଥିର ହୋଇଛି।

୨ୟ ପ୍ରବେଶ ଦ୍ୱାର ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନିରନ୍ତର ଗତି ଯୋଗାଇବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଷ୍ଟେସନକୁ ଯାତାୟାତ ପାଇଁ ଅଧିକ ସୁଗମ କରିଥାଏ ଏବଂ ସହଜ ପ୍ରବେଶ ସୁନିଶ୍ଚିତ କରିଥାଏ। ୩୦୩ କୋଟି ଟଙ୍କାର ଏହି ପ୍ରକଳ୍ପ କଟକ ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ପରିବହନ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।

ଏହି ପ୍ରକଳ୍ପ ବାଣିଜ୍ୟ ବ୍ୟାପାରକୁ ବୃଦ୍ଧି କରି ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ଏବଂ କଟକ ରେଳ ଷ୍ଟେସନକୁ ଏହି ଅଞ୍ଚଳର ଏକ ପ୍ରମୁଖ ହବ୍ ଭାବେ ପରିଣତ କରିବ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.