Latest Odisha News

ଏହିସବୁ ଦେଶରେ ଗଡ଼ିନାହିଁ ଟ୍ରେନ, ଭାରତର ପଡ଼ୋଶୀ ମଧ୍ୟ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ : ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଫ୍ଳାଇଟ ପରେ ଲୋକେ ଟ୍ରେନ ଉପରେ ହିଁ ନିର୍ଭର କରିଥାନ୍ତି.. ସେମିତିରେ ଫ୍ଳାଇଟରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । କାରଣ ଏଥିରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ।

ଅଗ୍ରଗତିରେ ପହଞ୍ଚିଥିବା ଦୁନିଆରେ ଆଜି ବି କିଛି ଦେଶ ଏମିତି ରହିଛି ଯେଉଁଠି ଏବେ ପର୍ଯ୍ୟନ୍ତ ଟ୍ରେନ ଚାଲୁନାହିଁ । ଆଜ୍ଞା ହଁ ଦୁନିଆ ଆଗେଇଛି କିନ୍ତୁ କିଛି ଦେଶରେ ଏବେ ବି ରେଳ ସୁବିଧା ପହଞ୍ଚି ପାରିନାହିଁ । ରେଳେଓ୍ଵ ଟ୍ରାକର ଏଠି ଚିହ୍ନବର୍ଣ୍ଣ ନାହିଁ । ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏହି କଥା ସତ  । ଭାରତର ପଡ଼ୋଶୀ ଦେଶ ବି ସାମିଲ ରହିଛି।

ଦକ୍ଷିଣ ଏସିଆର ସବୁଠୁ ଛୋଟ ଦେଶ ଭୂଟାନ ଏହି ଲିଷ୍ଟରେ ପ୍ରଥମରେ ରହିଛି । ଆଜି ଯାଏଁ ଏଠି ରେଲେଓ୍ଵ ସୁବିଧା ଆରମ୍ଭ ହୋଇପାରିନାହିଁ । ଭୂଟାନ ଭୌଗଳିକ ରୂପରେ ବହୁତ ସୁନ୍ଦର । ଭାରତ ତରଫରୁ ଏଥିପାଇଁ ଭବିଷ୍ୟତରେ ପ୍ଲାନ କରିବାର ଯୋଜନା ରହିଛି। ଏହି ଲିଷ୍ଟରେ ଭୂଟାନ ମଧ୍ୟ ସାମିଲ ରହିଛି।
କୁବେତ ନାଁ ଶୁଣିଲେ ତେଲ କଥା ମନେ ପଡ଼େ । କାରଣ କୁବେତକୁ ତେଲ ର ଭଣ୍ଡାର କୁହାଯାଏ । କିନ୍ତୁ ଏଠାରେ ମଧ୍ୟ ଏବେ ପର୍ଯ୍ୟନ୍ତ ରେଳ ଗଡ଼ିନି । ଏହାର ଆର୍ଥିକ ସ୍ଥିତି ବେଶ ସୁଦୃଢ଼। ଯାହାକି ଆପଣ ତେଲ ନାଁ ଶୁଣିକି ହିଁ ବୁଝିପାରୁଥିବେ। ତେବେ ବି ଏହି ଧନୀ ଦେଶରେ ରେଳେଓ୍ଵ ଟ୍ରାକ ଏପର୍ଯ୍ୟନ୍ତ ତିଆରି ହୋଇପାରିନାହିଁ। ଏଠାରେ ପ୍ରତ୍ୟେକ ଲୋକ ଧନୀ ଶ୍ରେଣୀର.. ଶୁଣିବାକୁ ମିଳିଛି ଯେ, କୁବେତରେ ଏବେ ଏହା ଉପରେ କାମ ଚାଲିଛି। ଖୁବ ଶୀଘ୍ର ଭାରତରୁ କୁବେତକୁ ଟ୍ରେନ ଚାଲିବାର ସମ୍ଭାବନା ରହିଛି।

ଆଣ୍ଡୋରା ମଧ୍ୟ ଏହି ଲିଷ୍ଟରେ ରହିଛି। କମ ଜନସଂଖ୍ୟା ଥିବା ଏହି ଦେଶର କ୍ଷେତ୍ରଫଳ ଖୁବ କମ। ଏଠାରେ ଏପର୍ଯ୍ୟନ୍ତ ରେଳ ନେଟଓ୍ଵାର୍କ ବିକଶିତ ହୋଇପାରିନାହିଁ। ଏଠାରେ ଲୋକମାନେ ନିଜ ପର୍ସନାଲ ଗାଡ଼ି କିମ୍ବା ପବ୍ଲିକ ହ୍ଵିକିଲ ବସ୍‌ ବେଶି ବ୍ୟବହାର କରିଥାନ୍ତି।

ଏହି ଲିଷ୍ଟରେ ସାଇପ୍ରସ୍‌ ମଧ୍ୟ ରହିଛି । ଯେଉଁଠି ଏବେଯାଏଁ ରେଳ ନେଟଓ୍ଵାର୍କ ନାହିଁ । ୧୯୫୦ରୁ ୧୯୫୧ ଯାଏଁ ଏଠାରେ ରେଳ ନେଟଓ୍ଵାର୍କ ଥିଲା। କିନ୍ତୁ ଆର୍ଥିକ ସ୍ଥିତି ଖରାପ କାରଣରୁ ଟ୍ରାକକୁ ଆରମ୍ଭ କରାଯାଇନାହିଁ। ସେବେଠାରୁ ଏହା ବନ୍ଦ ରହିଛି।

ଇଷ୍ଟ ତିମୋରରେ ମଧ୍ୟ ଟ୍ରେନର ନେଟଓ୍ଵାର୍କ ନାହିଁ। କ୍ଷେତ୍ରଫଳ ହିସାବରେ ଏହା ଦୁନିଆର ସବୁଠୁ ଛୋଟ ଦେଶ । ଏଠାରେ ଲୋକମାନେ ରାସ୍ତାରେ ବେଶି ଯିବା ଆସିବା କରିଥାନ୍ତି। ଏବେ ଏଠାରେ ୩୧୦ କିମି ଲମ୍ବା ରେଲେଓ୍ଵ ଟ୍ରାକ ବନିବାର ପ୍ଲାନିଂ ଚାଲିଛି।

Comments are closed.