Latest Odisha News

ଅର୍ଚ୍ଚନା ହନିଟ୍ରାପ୍ ମାମଲା, ଆସିଲା ଫରେନ୍ସିକ ଆନାଲିସିସ୍ ରିପୋର୍ଟ

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମନି । ଡିଜିଟାଲ୍ ଡିଭାଇସରୁ ମିଳିଲା ପ୍ରମାଣ । କାହାକୁ ବ୍ଲାକମେଲ୍ କରୁଥିଲେ ନାଗ-ଚାନ୍ଦ ଦମ୍ପତି ? ଆଉ କିଏ ଥିଲା ଅର୍ଚ୍ଚନାଙ୍କ ନାଗୁଣୀ ନଜରରେ ? ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି ।

ଆଜି ରାଜ୍ୟ ଅପରାଧି ବିଧି ବିଜ୍ଞାନ ପକ୍ଷରୁ ଜବତ ଡିଜିଟାଲ୍ ଡିଭାଇସର ଆନାଲିସିସ୍ ରିପୋର୍ଟ କପି କୋର୍ଟ ସହ ପୋଲିସକୁ ପ୍ରଦାନ କରାଯାଇଛି । ଅର୍ଚ୍ଚନାଙ୍କ ଘରୁ ଜବତ ହାର୍ଡଡିସ୍କର ତଥ୍ୟ ସହ ପେନ୍ ଡ୍ରାଇଭ୍, ମୋବାଇଲ୍, ଲାପଟପ ଓ ଟାବଲେଟ୍ସରେ କଣ ସବୁ ଥିଲା ? କଣ ସବୁ ଡିଲିଟ୍ କରାଯାଇଛି । ସେସବୁର ରିପୋର୍ଟ ପୋଲିସ ସହ କୋର୍ଟଙ୍କୁ ଦିଆଯାଇଛି ।

ବିଶେଷକରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲରୁ ଡିଲିଟ୍ ହୋଇଥିବା ଚାଟ୍, ଲାପଟପରୁ ଡିଲିଟ୍ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇଛି । ଯେଉଁଥିରୁ ତଦନ୍ତ ପାଇଁ ଅନେକ କ୍ଲୁ ମିଳିଥିବା କୁହାଯାଉଛି ।

ଅକ୍ଟୋବର ୬ରେ ଅର୍ଚ୍ଚନା ନାଗଙ୍କୁ କମିଶନରେଟ୍ ପୋଲିସ ଗିରଫ କରିବା ସହ ଏକାଧିକ ଡିଜିଟାଲ୍ ଡିଭାଇସ୍ ଜବତ କରିଥିଲା । ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ଅର୍ଚ୍ଚନାଙ୍କ ନାଗ ଫାଶରେ ଅନେକ ନେତା, ମନ୍ତ୍ରୀ ଓ ବଡ଼ବଡ଼ିଆ ଫସିଥିବା ଚର୍ଚ୍ଚା ହେଉଥିବା ବେଳେ ମାମଲାର ତଦନ୍ତ କରୁଥିବା ଇଡି ଡିଜିଟାଲ୍ ପ୍ରମାଣ ଅପେକ୍ଷାରେ ଥିଲା । ଯାହାକି ଆଜି ପୋଲିସକୁ ମିଳିଛି ।

ଏବେ ଜଗବନ୍ଧୁ ଇଡି ରିମାଣ୍ଡରେ ଥିବା ବେଳେ ଅର୍ଚ୍ଚନା ଜେଲରେ । ଆସିଥିବା ଡିଜିଟାଲ୍ ଡିଭାଇସର ଆନାଲିସିସ୍ ରିପୋର୍ଟ ଆଧାରରେ ଆଗକୁ କାହାକୁ ଜେରା କରିବ ଇଡି ? ଏବେ ତା’ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.