Latest Odisha News

ରାୟପୁର ରେଳବାଇ ବିଭାଗ ପକ୍ଷରୁ ୧୦ ମାସର ଶିଶୁକୁ ମିଳିଲା ଚାକିରି

ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁର ପିତା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେୱେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ ।

ଚୋରଡ଼ାରେ ଥିବା ସରକାରୀ ବାସଭବନରେ ସେ ରହୁଥିଲେ । ଗତ ଜୁନ୍ ୧ ତାରିଖ ଦିନ ମୋଟର ସାଇକଲରେ ସ୍ତ୍ରୀ ମଞ୍ଜୁଲତାଙ୍କୁ ବସାଇ ଭିଲାଇ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଉଭୟ ପତିପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା । ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତ୍ୱ ସହ ନେଇଥିଲା । ଏହାସହ ୧୦ ମାସର ଶିଶୁକୁ ଚାକିରୀ ଦେବାକୁ ନିଷ୍ପତ୍ତି ହୋଇଥିଲା ।

ଶିଶୁକନ୍ୟାକୁ ୧୮ ବର୍ଷ ହେବା ଯାଏ ବାପାଙ୍କ ଦରମା ସହ ସମାନ ଦରମା ପାଇବ । ଏହାପରେ ଯୋଗ୍ୟତା ଅନୁସାରେ ରେଲେୱେରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ଇଣ୍ଡିଆନ୍ ରେଲେୱେ ଇତିହାସରେ ଛୋଟ ଶିଶୁକୁ ନିଯୁକ୍ତି ମିଳିବା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି ।

Comments are closed.