Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ମହାରାଷ୍ଟ୍ର ରାଜନୀତିରେ ପୁଣି ନାଟକୀୟ ମୋଡ । ୫୩ ବିଧାୟକଙ୍କୁ ନୋଟିସ୍‌ କଲେ ବିଧାନସଭା ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭଗତ। ୫୩ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ପକ୍ଷରୁ ୩୯ ବିଧାୟକଙ୍କୁ ନୋଟିସ୍ କରାଯାଇଥିବା ବେଳେ ଉଦ୍ଧବଙ୍କ ପକ୍ଷରୁ ୧୪ ଜଣଙ୍କୁ ନୋଟିସ୍ ।
  • ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ । ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୩୭ ଜଣ  ହୋଇଥିବାବେଳେ ଲୋକାଲ୍‌ କେସ୍‌ ୨୩୯ ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ରହିଛନ୍ତି

  • ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ ।  ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ଯୋଗୁ ଓଡ଼ିଶା ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

  • ଆଜି ସୁନା ବେଶ । ରଥରେ ବସି ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି କାଳିଆ ସାଆନ୍ତ। ମଧ୍ୟାହ୍ନ ଧୂପ ପରେ ସୁନାବେଶ ହୋଇଛି। ମହାବାହୁ ଦୁର୍ଲ୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି। କୃ୍ତାର୍ଥ ମଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।
  • ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ଖବର । ୮୨ ଜେଲ ଅଧିକାରୀଙ୍କ ବିରୋଧରେ FIR । ସୁବିଧା ଯୋଗାଇଦେବାକୁ ମହାଠକ ସୁକେଶଠାରୁ ମାସକୁ ନେଉଥିଲେ ଦେଢ କୋଟି ଟଙ୍କା ଲାଞ୍ଚ ।
  • ଦଶମ ପିଲା ପଢ଼ିବେ କୋଭିଡ୍ ପାଠ , ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ  ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ ୧୧ ହୋଇଛି।
  • ଆଜି  ଇଦ୍ ଉଲ୍ଲ ଜୁହା । କଟକର କଦମି ରସୁଲ, ଦରଘାବଜାର ମସଜିଦ୍  ଓ ଇଦଗାରେ ସାଜସଜା ସହ ନମାଜ ପାଠ । ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ମୁସଲମାନ ଭାଇମାନେ ।  ଏଥି ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ମସଜିଦ୍ ଓ ଇଦଗାରେ ଫୋର୍ସ ମୁତୟନ କରାଯାଇଛି । 
  • ରେଳବାଇ ଇତିହାସରେ ନୂଆ ଘଟଣା । ଭିଲାଇରେ ୧୦ ମାସର ଶିଶୁ କନ୍ୟାକୁ ମିଳିଲା ରେଳବାଇରେ ଚାକିରି । ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡ଼ର ଏହି ଶିଶୁର ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ମାନବିକତା ଦେଖାଇଛି ରେଳବାଇ ।  ଶିଶୁର ବାପା ରେଳ ବିଭାଗର ଜଣେ କର୍ମଚାରୀ ଥିଲେ।    
  • ଶ୍ରୀଲଙ୍କାରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉନ୍ମତ୍ତ କାଣ୍ଡ । ରାଷ୍ଟ୍ରପତି ଭବନକୁ କବଜା କରି ଲାଇବ୍ରେରୀରୁ ବହି ବୋହି ନେଇଛନ୍ତି । ରାଷ୍ଟ୍ରପତି ଭବନରେ ବିଭିନ୍ନ ସାମଗ୍ରୀ ଉପରେ ନିଜର କବ୍ଜା କରି ନିଜର ଆଧିପତ୍ୟ ଜାହିର କରିଛନ୍ତି ।
  • ବନ୍ଦ ହେଲା ଅମରନାଥ ଯାତ୍ରା, ଦୁଇ ଦିନ ପୂର୍ବ ଅଘଟଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ।  ଘରକୁ ଫେରିବେ ଅମରନାଥରେ ଫସିଥିବା ଓଡ଼ିଆ ଯାତ୍ରୀ । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଅମରନାଥ ଯାଇଥିବା ସମସ୍ତ ଯାତ୍ରୀଙ୍କୁ ମିଳିବ ସବୁ ସୁବିଧା । ରାୟଗଡ଼ାରୁ ୫ ଜଣ ଯାତ୍ରୀ ଅମରନାଥ ଯାତ୍ରାରେ ଯାଇଥିଲେ ।  ରାୟଗଡ଼ାରୁ ଯାଇଥିବା ସମସ୍ତ ୫ ଯାତ୍ରୀ ଆଜି ଜାମ୍ମୁ ଫେରୁଛନ୍ତି ।
  • ସାଉଥ ଆଫ୍ରିକାର ସୋଓ୍ୱେଟୋ ସହରର ଏକ ବାରରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୧୪ ଜଣ । ସାଉଥ ଆଫ୍ରିକା ରାଜଧାନୀ ଜୋହନ୍ସବର୍ଗ ଅନ୍ତର୍ଗତ ସୋଓ୍ୱେଟୋ ସହରର ଏକ ବାରରେ ଏହି ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ କହିଛନ୍ତି- କେତେକ ଦୁର୍ବୃତ୍ତ ଏକ ମିନିବସ୍ ଟ୍ୟାକ୍ସିରେ ବାର୍ ନିକଟକୁ ଆସିଥିଲେ ଏବଂ ବାରରେ ଆଖିବୁଜା ଗୁଳିମାଡ଼ କରିଥିଲେ ।
  • ଚଳିତ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍‌ରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ସେ ତୃତୀୟ ସିଡ୍‌ ଟ୍ୟୁନିସିଆ ଖେଳାଳି ଓନ୍ସ ଜାବେଓରଙ୍କୁ ୩-୬, ୬-୨, ୬-୨ ସେଟ୍‌ରେ ପରାସ୍ତ କରିଥିଲେ । ଉଭୟ ଖେଳାଳି ଏହା ପୂର୍ବରୁ କୌଣସି ଗ୍ରାଣ୍ଡସ୍ଲାମ୍‌ ଫାଇନାଲ ଖେଳି ନଥିଲେ
  • IND vs ENG T20: ଆଜି ଅନ୍ତିମ ମ୍ୟାଚ୍,ସିରିଜ୍ କ୍ଲିନ୍‌ ସ୍ୱିପ୍ କରି ଇତିହାସ ରଚିବା ଲକ୍ଷ୍ୟରେ ରୋହିତ ଶର୍ମା , ଗତକାଲି ଏଜବେଷ୍ଟନରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ଆଗୁଆ କବଜା କରିଛି ରୋହିତ ବାହିନୀ।
  • ସାମ୍ନାକୁ ଆସିଲା The Ghostର ଟ୍ରେଲର ଭିଡିଓ, ଭୟଙ୍କର ଲୁକ୍‌ରେ ନଜର ଆସିଲେ ନାଗାର୍ଜୁନ୍‌ , ନିକଟରେ ‘ବ୍ରହ୍ମାସ୍ତ୍ର’ ଫେମ୍‌ ଅଭିନେତା ନାଗାର୍ଜୁନଙ୍କ ଫିଲ୍ମ ‘ଘୋଷ୍ଟ’ର ଟିଜର ଭିଡିଓ ରିଲିଜ ହୋଇଛି। ତଲୱାରୀ କରୁଥିବା ନାଗାର୍ଜୁନ, ଫିଲ୍ମର ଏହି ପ୍ରଥମ ପୋଷ୍ଟର ଲୁକରେ ବହୁତ ଭୟଙ୍କର ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି। 
  • ହଲିଉଡ୍‌ରେ ଡେବ୍ୟୁ କରିବେ ଜ୍ୟାକ୍‌ଲିନ୍‌,  ପ୍ରଥମ ହଲିଉଡ ଫିଲ୍ମର ପୋଷ୍ଟର ସେୟାର କରି ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି। ତାଙ୍କର ପ୍ରଥମ ହଲିଉଡ ଚଳଚ୍ଚିତ୍ର ନାମ ହେଉଛି ‘ଟେଲ ଇଟ ଲାଇକ ଏ ୱମେନ’ ।

 

 

 

Leave A Reply

Your email address will not be published.