Latest Odisha News

ଆସନ୍ତା ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ବୃଦ୍ଧି ପାଇବ ବର୍ଷାର ପରିମାଣ । ୨୪ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଘଡ଼ଘଡ଼ି, ବିଜୁଳି ସହିତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦ୍ରାପଡ଼ା, ଭଦ୍ରକ, ଗଜପତି, କେନ୍ଦୁଝରରେ ହୋଇଛି ବର୍ଷା ।

ଉତ୍ତର ଓଡ଼ିଶା ତତସଂଲଗ୍ନ ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲା । ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିଛି ସ୍ଥାନରେ କୁହୁଡ଼ି ପଡ଼ିପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

Comments are closed.