Latest Odisha News

BREAKING NEWS

୧୭ ଜିଲ୍ଲାରେ ବର୍ଷା ଆଶଙ୍କା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଯାଜପୁର, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, କଟକ, ନୟାଗଡ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, ସୋନପୁର ନବରଙ୍ଗପୁର ଓ ବାଲେଶ୍ୱର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧୨ଟା ୧୫ମି.ରୁ ଦିନ ୩ଟା ୧୫ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

ଅଧିକ ପଢନ୍ତୁ- ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Leave A Reply

Your email address will not be published.