Latest Odisha News

BREAKING NEWS

ପୋଷା ବିଲେଇ ପାଇଁ ଚାଲିଗଲା ନାବାଳକର ଜୀବନ !

ଉତ୍ତରପ୍ରଦେଶ: ଘରକୁ ଆସିଲାନି ବିଲେଇ ଛୁଆ । ଚାଲିଗଲା ୧୪ବର୍ଷୀୟ ନାବାଳକର ଜୀବନ । ସତରେ ଏହି କରୋନା କାଳ ଲୋକଙ୍କ ମାନସିକତାକୁ ବି ରୁଗ୍‌ଣ କରିଦେଇଛି । ଛୋଟଛୋଟ କଥାରେ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି ।

ଗାଜିଆବାଦର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବୁଧବାର ଜଣେ ୧୪ବର୍ଷୀୟ ନାବାଳକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛି । ତେବେ କାରଣ ଏତେଟା ବଳିଷ୍ଠ ନଥିଲା । ସାମାନ୍ୟ ବିଲେଇ ଛୁଆଟେ ଘରକୁ ଆଣିବା ନେଇ ପିଲାଟି ଅଧୌର୍ଯ୍ୟ ହୋଇପଡିଥିଲା ।

ଘରକୁ ଏକ ପୋଷା ବିଲେଇ ଘରକୁ ଆଣିବା ପାଇଁ ପିଲାଟି ବୁଧବାର ରାତିରେ ମା ପାଖରେ ଅଳି କରିଥିଲା । ପୁଅକୁ ବୁଝେଇ ମା’ କହିଥିଲେ ବାପା ଆସିଲେ ଆଣିଦେବେ । ତେବେ ରାତିରେ ହିଁ ବିଲେଇ ଛୁଆ ଆଣିବାକୁ ଜିଦ ଧରି ଅଭ୍ୟାସଗତ ଭାବେ ନାବାଳକଟି ନିଜକୁ ରୁମ୍‌ରେ ଲକ୍ କରିଦେଇଥିଲା । ସେଥିପାଇଁ ଜିମ୍ ଟ୍ରେନର ଭାବେ କାମ କରୁଥିବା ମା’ ବି ଏତେଟା ଧ୍ୟାନ ଦେଇନଥିଲେ ।

ତେବେ ସକାଳୁସକାଳୁ ରୁମ୍‌ରେ ପିଲାଟିର ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖି ମା ଭାଙ୍ଗିପଡିଥିଲେ । ପିଲାଟି ହଷ୍ଟେଲରେ ରହି ପାଠ ପଢୁଥିଲାବେଳେ କରୋନା ଲକ୍‌ଡାଉନ ପାଇଁ ଘରକୁ ଫେରିଥିଲା । ନାବାଳକ ଆତ୍ମହତ୍ୟା ମାମଲାରେ ଇନ୍ଦ୍ରପୁରମ ଥାନା ଅପମୃତ୍ୟୁ ମାମଲା ରୁଜୁ କରିଥିଲାବେଳେ ପରିବାର ତରଫରୁ କୌଣସି ଲିଖିତ ଅଭିଯୋଗ ଆସିନି ।

Leave A Reply

Your email address will not be published.