Latest Odisha News

BREAKING NEWS

ଫେବୃଆରୀ ୨ ଯାଏଁ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଗାମୀ କିଛି ଦିନ ଯାଏଁ ଓଡିଶାରେ ବର୍ଷା ସହ ଘନ କୁହୁଡି ଜାରି ରହିବ ବୋଲି ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବିଭାଗର ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଳାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ସହ ଘଡଘଡି ଆଶଙ୍କା ରହିଛି । ଦକ୍ଷିଣ ଓଡିଶାର ପୁରୀ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଆଦି ଜିଲ୍ଲାରେ ମଧ୍ୟ ଥଣ୍ଡା ଅନୁଭୂତ ହେବ ।

ଏହି ଅବଧି ମଧ୍ୟରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ସୋନପୁର, ବଲାଙ୍ଗିର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ଜାରି ରହିବ ।

ସେହିପରି ଜାନୁଆରୀ ୩୧ ତାରିଖ ବେଳକୁ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ ଓ କଳାହାଣ୍ଡିରେ ଘନ କୁହୁଡିର ସତର୍କ ସୂଚନା ବିଭାଗ ପକ୍ଷରୁ ଦିଆଯାଇଛି ।

ଆହୁରି ମଧ୍ୟ ଫେବୃଆରୀ ୧ ଓ ୨ ତାରିଖ ବେଳକୁ କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି ।

ତେବେ ଆଗାମୀ ୨ରୁ ୩ ଘଣ୍ଟା ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରା ୩ଂ ସେଲସିୟସରୁ ୫ଂ ସେଲସିୟସ୍ ଖସିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.