Latest Odisha News

ଟି୨୦ ବିଶ୍ୱକପ ଫାଇନାଲରେ ଲା ଲୀନା ଭୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଫାଇନାଲରେ ବର୍ଷା ଆଶଙ୍କା ରହିଛି । ପାଣିପାଗ ରିପୋର୍ଟ ଅନୁସାରେ ବର୍ତମାନ ରବିବାର ଶତ ପ୍ରତିଶତ ଏବଂ ରିଜର୍ଭ ଡେ ସୋମବାରରେ ୯୫ ପ୍ରତିଶତ ବର୍ଷା ହୋଇପାରେ । ତେବେ ଅଷ୍ଟ୍ରେଲିଆରେ ପାଣିପାଗ ଦ୍ରୁତ ବେଗରେ ପରିବର୍ତନ ହେଉଥିବାରୁ ଆଗକୁ କଣ ହେବ ଭବିଷ୍ୟବାଣୀ କରିବା ସର୍ବଦା ଠିକ ହୋଇ ନ ଥାଏ । ଯଦି ୨ ଦିନ ଯାକ ବର୍ଷା ହୁଏ ତାହାହେଲେ ଉଭୟ ଟିମ ଟ୍ରଫି ଶେୟାର କରିବେ । ଅଷ୍ଟ୍ରେଲିଆରେ ଆବଶ୍ୟକତାଠାରୁ ଅଧିକ ବର୍ଷା ହେଉଥିବାର ପାଣିପାଗ ବିଜ୍ଞାନୀମାନେ ଏହାର ନାମ ଲା ଲୀନା ରଖିଛନ୍ତି । ପ୍ରଶାନ୍ତ ମହାସାଗର ମଧ୍ୟ ଭାଗରେ ଭୂମଧ୍ୟରେଖା ଅଂଚଳରେ ତାପମାତ୍ରା କମ ରହୁଥିବାରୁ ଏ ଭଳି ପରିସ୍ଥିତି ସୃଷ୍ଟି ହେଉଛି ।

ଫାଇନାଲରେ ଅତି କମରେ ୧୦ ଓଭର ଖେଳାଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ଯଦି ଏହା ବି ସମ୍ଭବପର ନ ହୁଏ ତାହାହେଲେ ଉଭୟ ଟିମକୁ ଯୁଗ୍ମ ବିଜେତା ଘୋଷିତ କରାଯିବ । ରବିବାର ଅଧା ଖେଳରୁ ଯଦି ବର୍ଷା ହୁଏ ତାହାହେଲେ ସୋମବାର ଅଧାରୁ ମ୍ୟାଚ ଖେଳାଯିବ । ସମସ୍ତ ଉଦ୍ୟମ ସତ୍ୱେ ମ୍ୟାଚ ସମ୍ପୂର୍ଣ୍ଣ ନ ହୋଇପାରିଲେ ଉପରୋକ୍ତ ବିକଳ୍ପ ପନ୍ଥା ଗ୍ରହଣ କରାଯିବ । ୨୦୦୨-୦୩ ଚାମ୍ପିୟନ୍ସ ଟ୍ରଫିରେ ଭାରତ-ଶ୍ରୀଲଙ୍କା ଏବଂ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ୨ ଦିନ ଖେଳା ହୋଇଥିଲା ।

Leave A Reply

Your email address will not be published.