Latest Odisha News

BREAKING NEWS

କୁନି ହାତୀର ନିଆରା ଦୁଷ୍ଟାମୀ…ଭିଡିଓ ଦେଖିଲେ ମନ ପୂରିଯିବ

ପିଲମାନେ ଦୁଷ୍ଟାମୀ କରନ୍ତି । ବଦମାସୀ କରନ୍ତି । ପିଲାଙ୍କର ଏ ଦୁଷ୍ଟାମୀ ବଡମାନଙ୍କୁ ଯେତିକି ବିରକ୍ତ ଲାଗେ ତାଠାରୁ ଅଧିକ ମଜା ଲାଗେ । ସେ ପିଲା ମଣିଷ ହେଉ ବା ଜନ୍ତୁ । ଅନେକ ସମୟରେ ପିଲାଙ୍କର ନୂଆ ନୂଆ ତରିକାର ହରକତ ତ ବେଶ ଉପେଭାଗ୍ୟ ହୋଇଥାଏ । ଏଇ ହାତୀ ଛୁଆାଟିର ହରକତ ଦେଖନ୍ତୁ । ଆପଣ ବି ନିଜ ହସକୁ ରୋକି ପାରିବେ ନାହିଁ ।

ଛୋଟ ପିଲାମାନେ ବେଳେବେଳେ ଖାଇବା ସମୟରେ ନିଜ ଆାଙ୍ଗୁଠି କାମୁଡି ଦେଇଥାନ୍ତି । ଆଉ ପରେ ପରେ ନିଜ ଭୁଲକୁ ବୁଝି ପାରି ଜିଭ କାମୁଡି ଥାନ୍ତି । ଠିକ ସେମିତି କୁନି ହାତୀର ଏ ହରକତ ଦେଖନ୍ତୁ । ମାହୁନ୍ତଠାରୁ କ୍ଷୀର ବୋତଲ ପିଇବା ପରେ କେମିତି ମନ ଖୁସିରେ ଦୗଡ଼ିବାକୁ ଆରମ୍ଭ କରିଛି  । ଆଉ ଦୌଡୁ ଦୗଡ଼ୁ ନିଜ ଶୁଣ୍ଢକୁ କୁଦି ଦେଉଛି । ଏହା ପରେ ନିଜ ଭୁଲକୁ ବୋଧହୁଏ ବୁଝି ପାରିଛି କୁନି ହାତୀଟି । ତେଣୁ ପୁଣି ପଛକୁ ଫେରି ଆସିଛି ।

ଭିଡିଓଟି ବେଶ ମଜାଦାର ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରୀଗନ ଆନ୍ଥୋନୀ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ସେୟାର କରିଛନ୍ତି । ୨ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି । ବେଶ ମଜାଦାର କମେଣ୍ଟ ବି ଦେଇଛନ୍ତି ଭିୟୁର୍ସ ।

 

Leave A Reply

Your email address will not be published.