ଭୁବନେଶ୍ୱର: ବଙ୍ଗୋପସାଗର ଉପକୂଳ ଓ ତତସଂଲଗ୍ନ ଉତ୍ତର ଓଡ଼ିଶାରେ ଉପରେ ଗଭୀର ଅବପାତ ସକ୍ରିୟ ରହିଛି । ଏହା ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଗଭୀର ଅବପାତ ଦକ୍ଷିଣ ଝାଡ଼ଖଣ୍ଡର ଜାମସେଦପୁର ଠାରୁ ଦକ୍ଷିଣଦକ୍ଷିଣ-ପଶ୍ଚିମରେ ୪୦ କିମି ଓ ପୂର୍ବ- ଉତ୍ତର ପୂର୍ବ ଦିଗରେ ଝାରସୁଗୁଡ଼ା ଠାରୁ ୨୨୦ କିମି ଦୂରରେ ରହିଛି ।
ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଗତ 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଅନୁଭୂତ ପ୍ରମୁଖ ବୃଷ୍ଟିପାତ
ବାଲେଶ୍ୱର ର ଭୋଗରାଇ ରେ ସର୍ବାଧିକ 226ମିମି ବର୍ଷା
2 ସ୍ଥାନରେ ଅତ୍ୟନ୍ତ ପ୍ରବଳ, 27ସ୍ଥାନରେ ଅତି ପ୍ରବଳ ଏବଂ 49ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ pic.twitter.com/eZxnHvTJc0— Meteorological Centre, Bhubaneswar (@mcbbsr) August 20, 2022
ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଉତ୍ତର ଛତିଶଗଡ଼ ଆଡ଼କୁ ଯାଇ ଆଗାମୀ ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହୋଇଯିବ । ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେଉଛି । ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୨୨୬ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ୨୭ଟି ସ୍ଥାନରେ ଅତି ପ୍ରବଳ ଏବଂ ୪୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।
Comments are closed.