Latest Odisha News

BREAKING NEWS

୧୬ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ପାଣି ନିଷ୍କାସିତ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଛି । ତେଣୁ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡିକୁ ବନ୍ଦ କରାଯାଉଛି। ଯଦିଓ ଉତ୍ତର ଓଡିଶାରେ ବର୍ଷା ହେଉଛି ହେଲେ ଏହାର ପ୍ରଭାବ ମହାନଦୀ ସହିତ ନାହିଁ। ଗତକାଲି ଏହି ସୂଚନା ଦେଇଥିଲେ ଏସଆରସି ପ୍ରଦୀପ ଜେନା। ତେଣୁ ଆଜି ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୬ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ଏବେ ୧୬ଟି ଗେଟରୁ ହୀରାକୁଦକୁ ପ୍ରତି ସେକେଣ୍ଡରେ ୧,୮୩ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ
୩, ୫୪,୬୦୦ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳସ୍ତର ୬୨୦.୭୧ ରହିଛି। ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏହି ସୂଚନା ଦେଇଛନ୍ତି। ସେହିପରି ହୀରାକୁଦ ନଦୀବନ୍ଧକୁ ସଂଯୋଗ କରୁଥିବା କଟକ ମୁଣ୍ଡୁଳୀରେ ସକାଳ ୯ଟା ସୁଦ୍ଧା ୮,୫୭୦୦୦ ବନ୍ୟାଜଳ ପାସ୍ କରୁଛି।

ଛତିଶଗଡ଼ରେ ବର୍ଷା ହୋଇନି। ତେଣୁ ବନ୍ୟାଜଳ କମ୍ ନିଷ୍କାସିତ ହେଉଛି। ବର୍ଷା ପରିମାଣକୁ ଅନୁଧ୍ୟାନ କରିବା ପରେ ଆଉ ଗେଟ୍ ବନ୍ଦ କରିଵା ନିଷ୍ପତ୍ତି ନିଆଯିବ ବୋଲି ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାନଦୀରେ ଜଳସ୍ତର ବଢିବାରୁ ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପାଣି ପ୍ରବେଶ କରିଛି। ରାସ୍ତା ଘାଟ, ଘରେ, ଚାଷ ଜମିରେ ପାଣି ମାଡିଯିବାରୁ ଲୋକେ ଏବେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଅନେକ ସ୍ଥାନରେ ନଦୀବନ୍ଧ ଉପରେ ଜୀବନ ବିତାଉଛନ୍ତି ଲୋକେ। ପ୍ରଶାସନ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛି। ହେଲେ ଅନେକ ସ୍ଥାନରେ ଏବେ ବି ଲୋକେ ସରକାରୀ ସୁବିଧା ପାଇନଥିବା ଅଭିଯୋଗ କରିଛନ୍ତି। ଏବେ ମହାନଦୀରେ ପାଣି କମିବା ପରେ ଏହିସୁବ ବିପନ୍ନଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରିବ।

Leave A Reply

Your email address will not be published.