Latest Odisha News

ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୨୬୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୦୦ କିଲୋମିଟର ଦୂରରେ ରହିଛି । ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି ।

ଅମରାବତୀର ପାଣିପାଗ ବିଜ୍ଞାନୀ ଷ୍ଟିଲା ସାମୁଏଲ୍ କହିଛନ୍ତି ଯେ ବର୍ତ୍ତମାନ ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ବାତ୍ୟା ଅସାନିର ଗତି ରହିଛି। ଏହା କାକିନାଡ଼ାଠାରୁ ୨୬୦ କିଲୋମିଟର ଦୂରରେ ରହିଛି । ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି ।

ତେଣୁ ଏହାର ଉପକୂଳ ପାଇଁ ଜାରି ହୋଇଛି ରେଡ୍ ଓ୍ବାର୍ଣ୍ଣିଂ। କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଅସାନି ସ୍ଥଳ ଭାଗକୁ ଛୁଇଁପାରେ।  ସ୍ଥଳ ଭାଗ ଛୁଇଁବା ପରେ ପରେ ଏହା ରିକର୍ଭ କରି ପୁଣି ସମୁଦ୍ର ଭିତରକୁ ପଳାଇପାରେ ବୋଲି ଅନୁମାନ କରାଯାଉଛି ।

ଶ୍ରୀକାକୁଲମ, ବିଜୟନଗରମ୍, ବିଶାଖାପଟ୍ଟନମ୍‌ରେ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପୂର୍ବ ଗୋଦାବରୀ, କୃଷ୍ଣା, ପଶ୍ଚିମ ଗୋଦାବରୀ ପାଇଁ ମଧ୍ୟ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ବାତ୍ୟା ପ୍ରଭାବରେ ବେଳାଭୂମି ରାସ୍ତା ‍କ୍ଷତିଗ୍ରସ୍ତ ହୋଇଛି ।

ଆନ୍ଧ୍ର ପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ। ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନ୍ ପରୀକ୍ଷା ସ୍ଥଗିତ ହୋଇଛି । ୧୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଲା। ତେବେ ଆସନ୍ତାକାଲି ଠାରୁ ହେବାକୁ ଥିବା ସବୁ ପରୀକ୍ଷା ଅପରିବର୍ତ୍ତିତ ରହିଛି ।

ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ବିମାନସେବା ପ୍ରଭାବିତ ହୋଇଛି। ବିଶାଖାପାଟଣାରୁ ଉଡ଼ାଣ ଭରିବାକୁ ଥିବା ୨୩ ବିମାନ ବାତିଲ କରାଯାଇଛି। ସେହିପରି ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନ ଉଡାଣ ବାତିଲ ହୋଇଛି ।

Comments are closed.