Latest Odisha News

ଆଜିଠୁ ତାତିରୁ ମିଳିବ ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା

ଭୁବନେଶ୍ୱର : ଆଜିଠୁ ତାତିରେ ଲାଗିବ ବ୍ରେକ୍‌ । ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ । ଫଳରେ ଆଜିଠୁ ତିନି ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି ।

ଆଜି ଭୋରରୁ ଟ୍ୱିନ ସିଟିରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ମଧ୍ୟ କିଛି ସ୍ଥାନରେ ଝଡ଼ ପବନ ହୋଇଛି । ରାଜଧାନୀରେ ସକାଳୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଗତ ସପ୍ତାହେ ହେଲାଣି ଅସହ୍ୟ ଗରମରେ ଭାଜି ହେଉଛନ୍ତି ରାଜ୍ୟବାସୀ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୯ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧ ପରେ ୪୩.୨ ଡିଗ୍ରୀ ସହ ଦ୍ୱିତୀୟ ଉପ୍ତତ୍ତ ସହର ହେଉଛି ଭୁବନେଶ୍ୱର ।

ତାଳଚେର ଓ କେନ୍ଦ୍ରାପଡ଼ାର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁ଼ଡ଼ାରେ ପାରଦ ୪୨.୮ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ଅନୁଗୁଳରେ ୪୨.୧ ଡିଗ୍ରୀ, ନୂଆପଡ଼ା, ବଲାଙ୍ଗିର, ଭବାନୀପାଟଣା ଓ କଟକରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି ।

ସପ୍ତାହରେ ଅଧିକ ଦିନ ଧରି ଲାଗି ରହିଥିବା ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି । ଆଜି ଠାରୁ ବିଭିନ୍ନ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ କାଳବୈଶାଖୀ ଦ୍ୱାରା ତାତିର ପ୍ରକୋପ କମିବ ।

Leave A Reply

Your email address will not be published.