Latest Odisha News

BREAKING NEWS

ଅସରାଏ ବର୍ଷାରେ ଅଫିସରେ ବନ୍ୟା ପରିସ୍ଥିତି

ପିପିଲି: ସରକାରୀ ଅଫିସରେ ଆଣ୍ଠୁଏ ପାଣି । ଟିକିଏ ବର୍ଷା ହେଲେ ଭଳମଗ୍ନ ହୋଇଯାଉଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଣାସ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳାୟ ବା ବିଇଓ ଅଫିସ । ବର୍ଷା ଜଳରେ ବୁଡି ରହିଛି ଅଫିସ ପରିସର । ଏହାକୁ ନେଇ କର୍ମଚାରୀ ଓ ଶିକ୍ଷକ ଅଫିସ୍ ଆସୁନଥିବାରୁ କାମ ପୂରାପୂରି ଠପ୍ ହୋଇପଡିଛି । ସେପଟେ କର୍ମଚାରୀମାନେ ଅଫିସ ନଆସିବାରୁ ସ୍କୁଲ ଓ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଯଥାଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରାଯାଇଛି ।

ଏନେଇ ଏବିଇଓ ନାରାୟଣ ପ୍ରଧାନଙ୍କ କହିବା ଅନୁଯାୟୀ, ୨୦୨୧ରୁ ଏଭଳି ପରିସ୍ଥିତି ପ୍ରତିବର୍ଷ ବର୍ଷାଦିନେ ସୃଷ୍ଟି ହେଉଛି । ଅଫିସ ଗେଟ୍ ପାଖରୁ ବାରଣ୍ଡା ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଭରିରହୁଛି। ତେବେ ଏନେଇ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେହି ସମାନ ଅବସ୍ଥା ବୋଲି ଅଭିଯୋଗ କରିଛନ୍ତି । ଟିକିଏ ବର୍ଷା ହେଲେ ବେହାଲ ହୋଇପଡୁଛି ପରିସ୍ଥିତି, ସେଥିଲାଗି କାର୍ଯ୍ୟଳୟକୁ କର୍ମଚାରୀ ଓ ଶିକ୍ଷକ ଯାଉନାହାନ୍ତି ।

ତେବେ କହିରଖୁଛୁ, ବ୍ଲକ ଅଧିନରେ ଥିବା ବିଦ୍ୟାଳୟମାନଙ୍କରେ ସରକାରୀ କାଗଜ ପତ୍ର, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟ ଘର ନିର୍ମାଣ, ଛାତ୍ରଛାତ୍ରୀଙ୍କ ପାଠପଢା ଇତ୍ୟାଦି ସବୁରେ ବିଇଓଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି । ଯାହାକୁ ନେଇ ଯଥାଶୀଘ୍ର ଜଳବନ୍ଦୀର ସମାଧାନ କରିବାକୁ ଦାବି ରଖାଯାଇଛି ।

Comments are closed.