Latest Odisha News

BREAKING NEWS

ଆନ୍ଧ୍ର, ତେଲଙ୍ଗାନାରେ ବର୍ଷା ବିତ୍ପାତ; ଭୂସ୍ଖଳନରେ ୫ ମୃତ, ୧୩୦ ଟ୍ରେନ ବାତିଲ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ବୁଡି ରହିଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଟ୍ରେନ ଓ ବିମାନ ସେବା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଛି।

ତେଲେଙ୍ଗାନାରେ ହାଇଦ୍ରାବାଦ ସହିତ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ପର୍କିତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ପାଣିରେ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଭୂସ୍ଖଳନରେ ୫ ଜଣଙ୍କର ମୃତ୍ୟୁ ଘଟିଛି।  ଗତ ୨୪ ଘଣ୍ଟା ଧରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜାରି ରହିଥିବା ବର୍ଷା ଯୋଗୁଁ କାଜିପେଟରୁ ବିଜୟୱାଡା ସେକ୍ସନରେ ବନ୍ୟା ଆସିଛି। ଉଭୟ ରାଜ୍ୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ୫ଟି ଟ୍ରେନ ଫସି ରହିଥିବା ବେଳେ ଅଧିକାରୀମାନେ ୧୫ଟି ଟ୍ରେନକୁ ପରିବର୍ତ୍ତିତ ମାର୍ଗରେ ଚଳାଇଛନ୍ତି।

ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ମନ୍ତ୍ରୀ, ଅଧିକାରୀ ଓ ନିର୍ବାଚିତ ସଦସ୍ୟଙ୍କ ସହିତ ପରିସ୍ଥିତିର ଜରୁରିକାଳୀନ ସମୀକ୍ଷା କରିଛନ୍ତି। ଦକ୍ଷିଣ-ମଧ୍ୟ ରେଳବାଇ (ଏସସିଆର)ଙ୍କ ଜନୈକ ଅଧିକାରୀ ବର୍ଷା ଓ ଅନେକ ସ୍ଥାନରେ ଧାରଣା ପାଣିରେ ବୁଡି ରହିବା ଯୋଗୁ ୧୩୦ଟି ଟ୍ରେନ ବାତିଲ କରାଯାଇଥିବା ବେଲେ ୪ ଟ୍ରେନ ଆଂଶିକ ରଦ୍ଦ ଓ ୫୪ ଟ୍ରେନ ମାର୍ଗରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି। ସୋମବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ତେଲେଙ୍ଗାନାର ଆଦିଲାବାଦ, ନିଜାମାବାଦ, ରାଜନ୍ନା, ସିରିସିଲା, ୟାଦାଦ୍ରୀ ଭୁବନଗିରି, ଭିକାରୀବାଦ, ସଙ୍ଗାରେଡ୍ଡୀ, କାମାରେଡ୍ଡୀ ଓ ମେହବୁବାନଗର ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ଭୀଷଣରୁ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ରେଡ ଆଲର୍ଟ ଜାରି କରାଯାଇଛି।

Comments are closed.