Latest Odisha News

ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ରର ଅନେକ ସହର

ମୁମ୍ବାଇ: ପ୍ରବଳ ବର୍ଷାରେ ମହାରାଷ୍ଟ୍ରର ମୁମ୍ବାଇ ସମେତ ଅନ୍ୟ ସହରରେ ସ୍ଥିତି ବିଗିଡ଼ିବାରେ ଲାଗିଛି ସ୍ଥିତି। ବହୁ ସ୍ଥାନରେ ରାସ୍ତାଘାଟ ବୁଡି ଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି।

ଖରାପ ପାଗ ଯୋଗୁ ବିମାନ ଏବଂ ଲୋକାଲ ଟ୍ରେନ୍ ସେବାରେ ବିଳମ୍ବ ହେଉଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ମୁମ୍ବାଇ ଏବଂ ପାଲଘର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ଥାନେ, ସିନ୍ଧୁଦର୍ଗ, ପୁଣେ ଏବଂ କୋଲହାପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ସତରା, ରାଇଗଡ ଏବଂ ରତ୍ନଗିରିକୁ ଆଜି ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।

ତେବେ ବହୁ ଅଞ୍ଚଳ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ଜଳବନ୍ଦୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଅଗ୍ନିଶମ ବାହିନୀ, ସ୍ଥାନୀୟ ପ୍ରଶାସନିକ ଟିମ୍ ମଧ୍ଯ ନିୟୋଜିତ ଥିବା ସୂଚନା ମିଳିଛି।

 

Comments are closed.