Latest Odisha News

BREAKING NEWS

ଇନ୍ଦ୍ରଧନୁ ସାପ : ଦେଖିବାକୁ ସୁନ୍ଦର, ଜାଣନ୍ତୁ ଏହା କେତେ ବିପଜ୍ଜନକ

ନ୍ୟୁୟର୍କ: ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । କିଙ୍ଗ କୋବ୍ରା ପରି ଅନେକ ସାପ ଏତେ ବିପଜ୍ଜନକ ଯେ, ଯଦି ସେମାନେ ମଣିଷକୁ କାମୁଡ଼ନ୍ତି, ତେବେ କିଛି ମିନିଟ୍‌ରେ ମଣିଷର ମୃତ୍ୟୁ ହେବା ନିଶ୍ଚିତ । କିନ୍ତୁ କେତେକ ସାପ କେବଳ ରୂପରେ ବିପଦପୂର୍ଣ୍ଣ ଦେଖାଯାଆନ୍ତି, ବାସ୍ତବରେ ସେମାନେ ବିଷାକ୍ତ ହୋଇ ନ ଥାନ୍ତିି । ଏହିପରି ଗୋଟିଏ ସାପ ହେଉଛି ଇନ୍ଦ୍ରଧନୁ ସାପ ।

ଲୋକଙ୍କ ଧାରଣା ଯେ, ସାଧାରଣତଃ ରଙ୍ଗୀନ ଦେଖାଯାଉଥିବା ସାପଗୁଡ଼ିକ ଅଧିକ ବିଷାକ୍ତ । କାରଣ ଏହି ସାପ ବେଙ୍ଗ, ପ୍ରଜାପତି ପରି ଅନେକ ଜୀବଙ୍କ ପାଇଁ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛନ୍ତି । କିନ୍ତୁ ଇନ୍ଦ୍ରଧନୁ ସାପ ପୂରା ଭିନ୍ନ । ଏହି ସାପ ଦେଖିବାକୁ ରେଙ୍ଗବେରଙ୍ଗର ଏବଂ ଏହାର ରଙ୍ଗ ଇନ୍ଦ୍ରଧନୁ ପରି । ଏହାର ରଙ୍ଗ ସମ୍ପୂର୍ଣ୍ଣ ଚକଚକିଆ କଳା ହୋଇଥିବାବେଳେ ତାହା ଉପରେ ବିଭିନ୍ନ ରଙ୍ଗ ଦେଖାଯାଇଥାଏ । ଏହାର ତଳ ଅଂଶ ହଳଦିଆ କିମ୍ବା ଗୋଲାପୀ ରଙ୍ଗର । ସାପର ମୁଣ୍ଡର ତଳ ଅଂଶ ହଳଦିଆ ଦେଖାଯାଏ । ସାଧାରଣତଃ ଏହି ସାପଗୁଡିକ ଆମେରିକାରେ ଅଧିକ ଦେଖାଯାଇଥାନ୍ତି । ମେରିଲ୍ୟାଣ୍ଡରୁ ଫ୍ଲୋରିଡା ପର୍ଯ୍ୟନ୍ତ ଅଧିକ ପରିମାଣରେ ଏହି ଇନ୍ଦ୍ରଧନୁ ସାପ ଦେଖିବାକୁ ମିଳେ ।

ଏହି ସାପଗୁଡ଼ିକ ରୂପରେ ବିଷାକ୍ତ ଦେଖାଯାଏ, କିନ୍ତୁ ସେଗୁଡ଼ିକ ମଣିଷ ପାଇଁ ବିଷାକ୍ତ ନୁହେଁ । ଏମାନେ ନଦୀ ଓ ହ୍ରଦ ନିକଟରେ ପ୍ରାୟ ଦେଖିବାକୁ ମିଳିଥାନ୍ତି । ଫ୍ଲୋରିଡା ମ୍ୟୁଜିୟମ ୱେବସାଇଟର ରିପୋର୍ଟ ଅନୁଯାୟୀ, ଏହି ସାପମାନେ ଆତ୍ମରକ୍ଷା ପାଇଁ କାମୁଡ଼ନ୍ତି ନାହିଁ । ଯଦି କେହି ସେମାନଙ୍କୁ ଧରନ୍ତି କିମ୍ବା ଆକ୍ରମଣ କରନ୍ତି, ସେମାନେ ସେଠାରେ ଠିଆ ହୁଅନ୍ତି କିମ୍ବା ଧୀରେ ଧୀରେ ସେଠାରୁ ଦୂରେଇ ଯାଆନ୍ତି । କିନ୍ତୁ ଏହା କୌଣସି ପ୍ରକାରେ ବିଷାକ୍ତ ନୁହେଁ । ଏହି ସାପମାନେ କୀଟନାଶକ ଖାଆନ୍ତି । ଏମାନଙ୍କର ଆକାର ୨୭ ରୁ ୪୮ ଇଞ୍ଚ ହୋଇଥାଏ । ବୟସ୍କ ସାପଗୁଡ଼ିକ ଅତ୍ୟଧିକ ମୋଟା ହୋଇଥାନ୍ତି । ଏହି ସାପ ଏକାଥରକେ ୧୦ରୁ ୫୨ଟି ଅଣ୍ଡା ଦେଇଥାନ୍ତି ।

Comments are closed.