Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠୁ ବଢିବ ବର୍ଷା। ଆସନ୍ତା କାଲିଠାରୁ ବଢିବ ବର୍ଷାର ପରିମାଣ । ୧୩ ଏବଂ ୧୪ ତାରିଖରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପୂର୍ବରୁ ଗତକାଲି ପାଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।

ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୧୩ ଏବଂ ୧୪ ତାରିଖରେ ସର୍ବାଧିକ ପ୍ରଭାବ ରହିବ। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ଏହାର ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ , ଅକସ୍ମାତ ବନ୍ୟା, ତଳୁଆ ଅଞ୍ଚଳରେ ପାଣି ଜମିବ ସହ ଉପୁଜିପାରେ।

୧୩ ରୁ ୧୫ ଅଗଷ୍ଟ ଯାଏଁ ଝଡ-ପବନ ୪୫ ରୁ ୫୫ ସହ ସର୍ବାଧିକ ୬୫ କିମି ବେଗରେ ପବନ ସହ ଓଡିଶା ଉପକୂଳ ସମୁଦ୍ର ରହିବ ଅଶାନ୍ତ, ୧୩ ରୁ ୧୫ ଯାଏଁ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମନା କରାଯାଇଛି।

ଉଲ୍ଲେଖଯୋଗ୍ୟ ମୌସୁମୀ ଋତୁ ଚାଲିଥିବା ବେଳେ ବର୍ଷା ସେତେଟା ହୋଇନଥିଲା। ସେହିପରି ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ବର୍ଷାର ପ୍ରଭାବ ନଥିବାରୁ ଚାଷ ଜମି ଫାଟି ଆଁ ହୋଇଯାଇଥିଲା। ଚାଷ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଛି। ତେବେ ଏହାରି ଭିତରେ କିନ୍ତୁ ଲଗାଣ ବର୍ଷା ହେବ ବୋଲି ସୂଚନା ରହିଛି। ଆସନ୍ତାକାଲି ଏକ ଲଘୁଚାପ ହେବାର ସମ୍ଭାବନା ପରେ ପୁଣିଥରେ ୧୯ରେ ମଧ୍ୟ ଏକ ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ଆକଳନନ କରୁଛି।

Comments are closed.