Latest Odisha News

BREAKING NEWS

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଭୁବନେଶ୍ୱର: ଆଜି ମୟୂରଭଞ୍ଜ କରଞ୍ଜିଆ ବ୍ଲକର ହାତୀବାରି ଠାରେ ଦେଓ ଜଳସେଚନ ଓ ରାସଗୋବିନ୍ଦପୁର ବ୍ଲକର ଟିକରପଡା ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦଘାଟନ କରିବେ। ଏଥିପାଇଁ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ନବୀନ ମୟୂରଭଞ୍ଜ ଗସ୍ତ କରିଥିବା ସୂଚନା ରହିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ରହିଛି।

BjdElectrycity

ପ୍ରଥମେ ଦେଓ ଜଳସେଚନ ସହ ଅନ୍ୟ କିଛି ପ୍ରକଳ୍ପର ଭିତିରପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହାପରେ ଦିନ ୧୨ଟା ୧୫ ମିନିଟ ସମୟରେ ରାସଗୋବିନ୍ଦପୁର ଟିକରପଡାକୁ ଯିବେ ନବୀନ। ସେଠାରେ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଶେଷ କରି ଦିନ ୧୨ଟା ୫୫ମିନିଟରେ ଭୁବନେଶ୍ୱର ଫେରି ଆସିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସଂପୃକ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାଧାରଣ ଲୋକେ ଏବଂ ଜିଲ୍ଲା ବିଜେଡି କର୍ମୀ ମଧ୍ୟ ଏହାକୁ ନେଇ ଉତ୍ସାହିତ ରହିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ର ବିଜେପି ଯେଉଁ କାର୍ଡ ଖେଳିଛି ତାହା ଓଡିଶା ବିଜେପି ମୁଖ୍ୟତଃ ମୟୂରଭଞ୍ଜକୁ ସୁହାଇବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବିଜେଡି ସରକାର ମଧ୍ୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକଙ୍କ ନିକଟତର ହେବାକୁ ଅଣ୍ଟା ଭିଡ଼ିଛି।

 

Leave A Reply

Your email address will not be published.