କେନ୍ଦୁଝର: ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଈଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ୪ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଶନିବାର ଦିନସାରା ବର୍ଷା ଲାଗି ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।
ଜଗଦଳା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦୁଇଟି ପଞ୍ଚାୟତ କଣ୍ଡରାପଶି ଏବଂ ପର୍ଜନପୁର ମୁଖ୍ୟାଳୟକୁ ଯୋଡ଼ୁଥିବା ରାସ୍ତା ମଧ୍ୟରେ ଯୋଗାଯୋଗ ଏକଦମ୍ ଠପ୍ ହୋଇଥିବା ସୂଚନା ରହିଛି । ରବିବାର ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର କମି ନଥିବାରୁ ଉଭୟପଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଏଥିସହ ବଢ଼ିପାଣି ଯୋଗୁଁ ରାସ୍ତା ଧୋଇ ହୋଇଯାଇଥିବାରୁ ଜଗଦଳା ପୋଲ ନିକଟରେ ବିରାଟ ଗର୍ତ୍ତ ସୃଷ୍ଟିହୋଇଛି।
Comments are closed.