Latest Odisha News

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍ ୧୭ରୁ ଆରମ୍ଭ!

ନୂଆଦିଲ୍ଲୀ: ଅକ୍ଟୋବର ୧୭ରେ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ବିକ୍ରି ଆରମ୍ଭ ହେବାକୁ ଯାଉଛି। ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ବିକ୍ରିର ୨୪ ଘଣ୍ଟା ପୂର୍ବରୁ ଆମାଜନ୍‌ର ପ୍ରାଇମ୍‌ ସଦସ୍ୟମାନେ ପ୍ରବେଶ କରିପାରିବେ।

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ବିକ୍ରୟ ସମୟରେ ଗ୍ରାହକମାନେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କାର୍ଡ ଏବଂ ଇଏମ୍‌ଆଇ ଉପରେ ୧୦ ପ୍ରତିଶତ ରିହାତି ପାଇପାରିବେ।

ଯେଉଁମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଅର୍ଡର୍‌ କରିବେ ସେମାନେ ୧୦୦୦ ଟଙ୍କା କ୍ରୟ ଉପରେ ୫ ପ୍ରତିଶତ ଅତିରିକ୍ତ କ୍ୟାସବ୍ୟାକ୍‌ ଅଫର୍‌ ପାଇପାରିବେ। ‌

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ସମୟରେ ଆମାଜନ୍‌ ଦ୍ବାରା ଛୋଟ ବ୍ୟବସାୟଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ଏହାସହିତ ବିକ୍ରୟ ସମୟରେ ଇଲେକ୍‌ଟ୍ରୋନିକ୍ସ ଏବଂ ଆସେସୋରିଜ୍‌ ଉପରେ ୬୦୦୦ ଡିଲ୍‌ ଦିଆଯିବ।

ଏହାସହିତ ମୋବାଇଲ୍‌ ଫୋନ୍‌ ଏବଂ ଆସେସୋରିଜ୍‌ ଗୁଡ଼ିକରେ ଅନେକ ଆକର୍ଷଣୀୟ ଅଫର ମଧ୍ୟ ଉପଳବ୍ଧ ହେବ। କ୍ରୀଡା ସାମଗ୍ରୀ ଉପରେ ୫୫ ପ୍ରତିଶତ ରିହାତି ଦିଆଯିବ ଏବଂ ଅନେକ ସଫ୍ଟୱେୟାର୍‌ ପ୍ରଡକ୍ଟ ଉପରେ ଆମାଜନ୍‌ ଦ୍ବାରା ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ସେହିପରି ଟିଭି ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ଉପରେ ୬୫ ପ୍ରତିଶତ ରିହାତି ମିଳିବ।

Leave A Reply

Your email address will not be published.