Latest Odisha News

ବଲିଉଡ଼ରେ ଡ଼େବ୍ୟୁ କରିବେ ରାଜ୍ କୁନ୍ଦ୍ରା: ନିଜ ବାୟୋପିକ୍‌ରେ ନିଜେ ସାଜିବେ ନାୟକ

ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ବାୟୋପିକ୍ ଆଗକୁ ନିର୍ମାଣ ହେବାକୁ ଯାଉଛି । ଏଥିରେ ନିଜେ ରାଜ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରାଜ୍ ପର୍ନ ଫିଲ୍ମ ନିର୍ମାଣ କରିବା ଘଟଣା ତାଙ୍କ ବାୟୋପିକ୍‌ର ମୁଖ୍ୟ କଥାବସ୍ତୁ ରହିଛି ।

ଏହି ଫିଲ୍ମ ଜରିଆରେ ରାଜ୍ ଅଭିନୟରେ ଡେବ୍ୟୁ କରିବେ । ଝିଅଙ୍କୁ ଫିଲ୍ମ ଅଭିନୟ ସୁଯୋଗ ଦେବା ଲୋଭରେ ଫସେଇ ରାଜ୍ ଅଶ୍ଳୀଳ ଭିଡିଓ ନିର୍ମାଣ କରିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମୁମ୍ବାଇ ପୋଲିସ ୨୦୨୧ ମସିହା ଜୁଲାଇ ୧୯ରେ ତାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ଜେଲରୁ ବାହାରିବା ପରେ ରାଜ୍ ସବୁବେଳେ ନିଜ ମୁହଁକୁ ଘୋଡ଼ାଇ ବାହାରକୁ ଯାଉଥିବା ନଜର ଆସିଥିଲେ । ଏଥିସହିତ ସୋସିଆଲ ମିଡିଆରୁ ମଧ୍ୟ ନିଜକୁ କିଛିଦିନ ଦୂରରେ ରଖିଥିଲେ । ୨୦୦୯ରେ ରାଜ୍ ଶୀଳ୍ପାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

Leave A Reply

Your email address will not be published.