Latest Odisha News

୨୭ ଯାଏ ପୋଲିସ ହାଜତରେ ରାଜ୍‌

ନୂଆଦିଲ୍ଲୀ: ୨୭ ଯାଏ ପୋଲିସ ହାଜତରେ ରହିବେ ରାଜ କୁନ୍ଦ୍ରା। ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପୋଲିସ୍ ହେପାଜତକୁ ବୃଦ୍ଧି କରାଯାଇଛି। ଜୁଲାଇ ୨୭ ଯାଏ ପୋଲିସ ହାଜତରେ ଦିନ କାଟିବେ ରାଜ କୁନ୍ଦ୍ରା। ଜୁଲାଇ ୧୯ରେ ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ପୋଲିସ ଗିରଫ କରିଥିଲା।

ରାଜ ଏବଂ ତାଙ୍କ ସାଥୀ ରିୟାନ୍ ଥର୍ପେଙ୍କୁ ଜୁଲାଇ ୨୭ ଯାଏ ପୋଲିସ ହେପାଜତକୁ ପଠାଯାଇଛି। ରିପୋର୍ଟ ଅନୁଯାୟୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିଆନ୍ ଥର୍ପେଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା। ଏହାସହିତ ଅଶ୍ଳୀଳ ଚଳଚ୍ଚିତ୍ର ଉତ୍ପାଦନ ଏବଂ ପ୍ରକାଶନ ମାମଲାରେ ପୋଲିସ ୭ ଦିନ ଅଧିକ ହେପାଜତ ମାଗିଥିଲା। ପର୍ଣ୍ଣ ଫିଲ୍ମ ମାଧ୍ୟମରେ ଆସୁଥିବା ଟଙ୍କା ଅନଲାଇନ୍ ବେଟିଂରେ ବ୍ୟବହୃତ ହେଉଥିବା ନେଇ ପୋଲିସ୍ ସନ୍ଦେହ କରୁଛି।

Comments are closed.