Latest Odisha News

BREAKING NEWS

ଦୁର୍ଗା ପୂଜାରେ ଭାରତକୁ ୧୪୭୫ ଟନ୍ ଇଲିଶି ମାଛ ଭେଟି !

ନୂଆଦିଲ୍ଲୀ: ଇଲିଶି ମାଛପ୍ରେମୀଙ୍କ ପାଇଁ ଖୁସୀ ଖବର । ଦୁର୍ଗାପୂଜା ଉପଲକ୍ଷେ ଭାରତକୁ ଆସିବ ୧୪୭୫ ଟନ୍ ଇଲିଶି ମାଛ । ତେବେ ଅନ୍ୟ କେହି ନୁହେଁ ବରଂ ଭାରତର ଜଣେ ପଡୋଶୀ ରାଜ୍ୟ ଦେବ ଭେଟି । ଏ ନେଇ ସେହି ଦେଶର ସରକାର ମଂଜୁରୀ ଦେଇ ସାରିଥିଲାବେଳେ ଭାରତକୁ ମାଛ ରପ୍ତାନୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।

ବାଣିଜ୍ୟ ମନ୍ତ୍ରାଳୟର ଉପ-ସଚିବ ନର୍ଗିସ୍ ମୁର୍ସିଦାଙ୍କ ସୂଚନା ଅନୁଯାୟୀ ବନ୍ଧୁତ୍ୱଭାବ ପାଇଁ ଭାରତକୁ ବଙ୍ଗଳାଦେଶ ଦେବ ମାଛ ଉପହାର । ଗତବର୍ଷ ବଙ୍ଗଳାଦେଶ ଭାରତକୁ ୫୦୦ ଟନ୍ ଇଲିଶି ମାଛ ରପ୍ତାନୀ କରିଥିଲା । ବଙ୍ଗଳାଦେଶର ରାଷ୍ଟ୍ରୀୟ ମାଛ ହୋଇଥିଲେ ହେଁ ଭାରତୀୟ ଲୋକେ ଏହି ମାଛ ଖାଇବାକୁ ଖୁବ ପସନ୍ଦ କରନ୍ତି । ଖାସ କରି ପଶ୍ଚିମବଙ୍ଗର ଲୋକେ ଦୁର୍ଗା ପୂଜା ସମୟରେ ଏହି ମାଛକୁ ଅଧିକ ମାତ୍ରାରେ କିଣିଥାନ୍ତି ।

ବଙ୍ଗଳାଦେଶରେ ଏହି ମାଛର ଦାମ୍ କିଲୋ ପ୍ରତି ୮୫୦ ରୁ ୯୦୦ ଟାକା । ହୁଗୁଳି ନଦୀ କୂଳରେ ଅତ୍ୟଧିକ ଆବର୍ଜନା ଜମିଥିବାରୁ ଇଲିଶି ମାଛ ନିଜର ସ୍ଥାନ ପରିବର୍ତ୍ତନ କରିଛନ୍ତି । ଏହି କାରଣରୁ ଭାରତରେ ଚାହିଦା ମୁତାବକ ଇଲିଶି ମାଛ ବଜାରରେ ମିଳିନଥାଏ । ତେବେ ବଙ୍ଗଳାଦେଶରେ ଏହି ମାଛ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ ।

Leave A Reply

Your email address will not be published.