Latest Odisha News

ବିଦ୍ୟୁତ ତାରରେ ଲାଗିଲା ପ୍ରଚାର ରଥ, ଅଳ୍ପକେ ବର୍ତ୍ତିଲେ ଶାହ

ଜୟପୁର: ରାଜସ୍ଥାନରେ ପ୍ରଚାର ବେଳେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି (ମଙ୍ଗଳବାର) ଦିଡୱାନା ଜିଲ୍ଲାର ମାକ୍ରାନାରେ ପ୍ରଚାର ବେଳେ ବିଦ୍ୟୁତ ତାରରେ ଧକ୍କା ହୋଇଥିଲା ଶାହଙ୍କ ପ୍ରଚାର ରଥ । ଏହା ପରେ ଶାହଙ୍କୁ ରଥରୁ ଓହ୍ଲାଇ ଅନ୍ୟ ଏକ ଗାଡିକୁ ନିଆଯାଇଥିଲା ଓ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ତେବେ ଏହି ଦୁର୍ଘଟଣାରେଲ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

ଖବର ମୁତାବକ, ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଦିଡୱାନା ଜିଲ୍ଲାର ମାକ୍ରାନାରେ ଏକ ରୋଡ ଶୋ କରିବାକୁ ଯାଇଥିଲେ । ଏହି ସମୟରେ ଶାହାଙ୍କ ପ୍ରଚାର ରଥ ରାସ୍ତାରେ ବିଦ୍ୟୁତ ତାର ସହ ଧକ୍କା ହୋଇଥିଲା । ଏକ ବଡ ଧରଣ ଦୁର୍ଘଟଣାରୁ ଶାହ ରକ୍ଷାପାଇଥିବାବେଳେ, ଅନ୍ୟ ନେତା ଓ କର୍ମୀ ମାନେ ମଧ୍ୟ ସୁରକ୍ଷିତ ଅଛନ୍ତି ।

ତେବେ ଏମିତି ଏକ ମସ୍ତ ବଡ ଭୁଲ କିପରି ହେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ଅଳକା ଗୁର୍ଜର । ଅଳକା ଏହାକୁ କଡା ନିନ୍ଦା କରିଛନ୍ତି । ଆଉ ଜାଣିଶୁଣି କେହି ଏପରି କରିଥିବା କହିଛନ୍ତି ବିଜେପି ନେତ୍ରୀ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ, କେଉଁ ପରିସ୍ଥିତିରେ ଏପରି ସ୍ଥିତି ସୃଷ୍ଟି ହେଲା, ସେନେଇ ତଦନ୍ତ ଜାରି ରହିଛି ।

Comments are closed.