Latest Odisha News

BREAKING NEWS

ନିର୍ଦ୍ଦେଶ ଦେଲେ ରାଜ୍ୟପାଳ, ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା ଆରମ୍ଭ ହେବ

ଜୟପୁର:ରାଜ୍ୟପାଳ କଲରାଜ ମିଶ୍ର ଅଗଷ୍ଟ ୧୪ରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ ୩ଥର ଖାରଜ କରିବା ପରେ ଶେଷରେ ଅନୁମତି ଦେଇଛନ୍ତି । ଏହା ଦ୍ୱାରା ଗେହଲଟ ସରକାର ଆଶ୍ୱସ୍ତି ହୋଇଛି । ସଚିନ ପାଇଲଟଙ୍କ ବିରୋଧ ଯୋଗୁ ରାଜସ୍ଥାନରେ କଂଗ୍ରେସ ସରକାର ଉପରେ ଏବେ ସଙ୍କଟ ଆସିଛି । ସରକାର ବଂଚାଇବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ ଜାରି ରଖିଛି ।

କୋଭିଡ-୧୯ ମହାମାରୀ ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ତୃତୀୟ ପ୍ରସ୍ତାବ ଖାରଜ ହେବା ପରେ ଗେହଲଟ ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ୧୫ ମିନିଟ ଆଲୋଚନା କରିଥିଲେ । ଶେଷରେ ରାଜ୍ୟପାଳ ରାଜି ହୋଇଥିଲେ ।

Leave A Reply

Your email address will not be published.