Latest Odisha News

BREAKING NEWS

ଗଞ୍ଜାମ ପାଇଁ ଗୁଡ୍ ନିଉଜ୍: କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମ: ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ । କରୋନା ଆକ୍ରାନ୍ତ ସଂଖ୍ୟା ପାଖାପାଖି ୧୦ ହଜାର । ଚଳିତ ମାସରେ ବଢ଼ିଛି ସଂକ୍ରମଣ । କିନ୍ତୁ ମାସର ଶେଷ ସପ୍ତାହ ତଥ୍ୟ କହୁଛି, ଜିଲ୍ଲାରେ ପଜିଟିଭ୍ କେସ୍ କମୁଛି । ପୂର୍ବ ସପ୍ତାହ ଅପେକ୍ଷା ଖସିଛି । ସେହିପରି ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ ।

ଗତ ସପ୍ତାହରେ (ଜୁଲାଇ ୨୩) ଜିଲ୍ଲାରୁ ସର୍ବାଧିକ ୭୩୨ ପଜିଟିଭ କେସ୍ ବାହାରିଥିଲା । ଚଳିତ ସପ୍ତାହରେ (ଜୁଲାଇ ୨୮) ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ (ଜୁଲାଇ ୨୯) ବାହାରିଛନ୍ତି ୨୫୦ ନୂଆ ଆକ୍ରାନ୍ତ । ଜିଲ୍ଲାର କୋଭିଡ୍ ଗ୍ରାଫ ଦର୍ଶାଉଛି ଧୀରେ ଧୀରେ କାବୁ ହେଉଛି ବେକାବୁ କରୋନା ।

ଗତ ୧୦ ଦିନର ତଥ୍ୟ ଦେଖିଲେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪ ହଜାର ୨୩୦ ପଜିଟିଭ୍ । ଜୁଲାଇ ୨୦ରୁ ୨୪ ତାରିଖ ଭିତରେ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୪୨୮ । ତାପରେ ସଂଖ୍ୟା କମିଛି । ଜୁଲାଇ ୨୫ ରୁ ଆଜି ଭିତରେ (୫ଦିନରେ) ସଂକ୍ରମିତ ହୋଇଛନ୍ତି ୧ ହଜାର ୮୦୨ । ଅର୍ଥାତ ୬୨୬ଟି କମ୍ ପଜିଟିଭ୍ କେସ୍ ।
ଟ୍ରେସିଂ ଓ ଟେଷ୍ଟିଂକୁ ଗୁରୁତ୍ୱ
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ହେଉଛି ଟ୍ରେସିଂ ଓ ଟେଷ୍ଟିଂ । କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦେଇଥିଲା ପ୍ରଶାସନ । ଡୋର୍ ଟୁ ଡୋର୍ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଧିକ କରାଯାଇଛି କୋଭିଡ୍ ଟେଷ୍ଟିଂ । ସଟଡାଉନ ଓ ଲକଡାଉନ୍ କଟକଣାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ ।

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ସର୍ଭେ

ଫୋକସରେ ଗାଁ
ଜିଲ୍ଲାରେ କୋଭିଡ ମୁକାବିଲାରେ ଫୋସକରେ ରହିଛି ଗାଁ । ଗଞ୍ଜାମରେ ୩ ହଜାର ୧୫୭ଟି ଗାଁ ରହିଛି । ଏଥିରୁ ୨ ହଜାର ୭୦୫ ଗ୍ରୀନ ଜୋନରେ ଆସୁଥିବା ବେଳେ ରେଡ୍ ଜୋନରେ ରହିଛି ୪୫୨ଟି ଗାଁ । ଲୋକଙ୍କ ଭିତରେ ସୃଷ୍ଟି କରାଯାଉଛି ଜନ ସଚେତନତା । ଗାଁ ଗାଁରେ ପଞ୍ଚାୟତ କମିଟି ଓ ସ୍ୱେଚ୍ଛାସେବୀ ଲୋକଙ୍କୁ ସଚେତନ କରାଉଛନ୍ତି ।

ପଞ୍ଚାୟତ ଗସ୍ତରେ ଯାଇ ନିଜେ ଜିଲ୍ଲାପାଳ କୋଭିଡ୍ ପରିଚାଳନା ଓ ସ୍ଥିତି ସମୀକ୍ଷା କରୁଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ନିୟୋଜିତ ଅଛନ୍ତି । ଅଧିକ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ଯାଇଛନ୍ତି ଗଞ୍ଜାମ ଜିଲ୍ଲା । ଏସବୁ ପ୍ରତିଷେଧକମୂଳକ ପଦକ୍ଷେପ ଜିଲ୍ଲାରେ କରୋନା ଚେନରେ କିଛିଟା ବ୍ରେକ ଲଗାଇ ପାରିଛି । ଗ୍ରାଉଣ୍ଡରେ ଗଞ୍ଜାମ ଜିଲ୍ଲାପାଳ

Leave A Reply

Your email address will not be published.