Latest Odisha News

BREAKING NEWS

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମା; ୮ଟି ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି’ ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଆଠଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି ।

ଏହି ସିନେମାଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଲେଖକ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଗାୟକ ପୁରୁଷ, ଶ୍ରେଷ୍ଠ ସିନେମାଟୋଗ୍ରାଫର ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀ ପାଇଁ ମନୋନୀତ ହୋଇଛି ।

ଗତ ବର୍ଷ ମୁକ୍ତିଲାଭ କରିଥିବା ‘ରାତି ସରି ସରି ଯାଉଛି’ ୯୦ ଦଶକର ଏକ ପ୍ରେମୀ ଯୁଗଳଙ୍କ କାହାଣୀ ଉପରେ ଆଧାରିତ। ଯେଉଁମାନେ ବିବାହ କରିପାରନ୍ତି ନାହିଁ। ଆଉ ଆଠ ବର୍ଷ ପରେ ସେମାନଙ୍କ ଜୀବନରେ ଏକ ମୋଡ଼ ଆସେ, ଯାହା ତାଙ୍କ ଜୀବନକୁ ପରିବର୍ତ୍ତନ କରିଦିଏ ।

ସିନେମାଟି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ରାଜ ରାଜେଶ ଏବଂ ରିୟା ଦେ ଙ୍କୁ ମୁଖ୍ୟ ଭୂମିକାରେ ନେଇ ପ୍ରସ୍ତୁତ ହୋଇଥିଲା । ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ନିବି, ଅନିନ୍ଦ୍ୟ, ମାଷ୍ଟର ସମ୍ପର୍କ ମିଶ୍ର ଏବଂ ସୁକାନ୍ତ ରଥ ଏହି ଫିଲ୍ମରେ ଅଭିନୟ କରିଛନ୍ତି ।

Comments are closed.