Latest Odisha News

BREAKING NEWS

କ୍ୟାମ୍ପା କୋଲାକୁ ନେଇ ମାର୍କେଟରେ ଝଡ ସୃଷ୍ଟି କରିବା ଆଶାରେ ରିଲାୟନ୍ସ

ମୁମ୍ବାଇ: ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଭାରତୀୟ ସଫ୍ଟ ଡ୍ରିଙ୍କ (ମୃଦୁ ପାନୀୟ) ବଜାରରେ କ୍ୟାମ୍ପା କୋଲାକୁ ନେଇ ଝଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି । ଭାରତର ଏହି ପୁରୁଣା ବ୍ରାଣ୍ଡ ବଜାରରୁ ଗାଏବ ହୋଇ ଯାଇଥିଲା । ମୁକେଶ ଅମ୍ବାନୀଙ୍କ କମ୍ପାନୀ ଏହାକୁ ପୁନଃ ପ୍ରବେଶ କରାଇ କୋକାକୋଲା ଓ ପେପ୍ସିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଲେଣି । ୨୨କୋଟି ଟଙ୍କାରେ ଏହି ବ୍ରାଣ୍ଡ ଅଧିକାର କ୍ରୟ କରିବା ପରେ ଦୀପାବଳୀରୁ ବଜାରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ଟି ପ୍ଲେଭର ରିଲିଜ ହେବ । ୧୯୭୭ରେ ଜନତା ପାର୍ଟି ସରକାର କୋକାକୋଲାକୁ ଭାରତୀୟ ବଜାରର ବାହାର ରାସ୍ତା ଦେଖାଇବା ପରେ କ୍ୟାମ୍ପା କୋଲା ଏହି ଅଭାବ ପୂରଣ କରିଥିଲା । ପୁନର୍ବାର କୋକାକୋଲା ଏବଂ ପରେ ପେପ୍ସିର ପ୍ରବେଶରେ ଏହା ଧିରେ ଧିରେ ତାର ସ୍ଥିତି ହରାଇଥିଲା ।

ପ୍ୟାରେ ଡ୍ରିଙ୍କସ ଗ୍ରୁପର ୧୯୪୯ରୁ ୧୯୭୦ ପର୍ଯ୍ୟନ୍ତ କୋକାକୋଲାର ଡିଷ୍ଟ୍ରିବ୍ୟୁଟର ଥିଲେ । ଏହା ଉପରେ କଟକଣା ଲାଗିବା ପରେ ସେ ନିଜର ବ୍ରାଣ୍ଡ କ୍ୟାମ୍ପା କୋଲା ବଜାରକୁ ଆଣିଥିଲେ । ଏହା ବେଶ ଲୋକ୍ରିୟତା ମଧ୍ୟ ହାସଲ କରିଥିଲା । ଦି ଗ୍ରେଟ ଇଣ୍ଡିଆନ ଟେଷ୍ଟ ସ୍ଲୋଗାନ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏଥର ମୁକେଶଙ୍କ ଝିଅ ଈଶା ଅମ୍ବାନୀ ଏହି ସେକ୍ଟରରେ ମୁଣ୍ଡ ପୂରାଇ ପ୍ରଥମ ପର୍ଯ୍ୟାୟରେ କୋଲା, ଲେମନ ଓ ଅରେଂଜ ଫ୍ଲେଭର ବଜାରକୁ ଛାଡିବେ । ରିଲାୟନ୍ସ ରିଟେଲ ଷ୍ଟୋରରେ ଏହା ଉପଲବ୍ଧ ହେବ ।

Leave A Reply

Your email address will not be published.