Latest Odisha News

ରାଜସ୍ଥାନ ହାଇକୋର୍ଟରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ ଖାରଜ

ଜୟପୁର: ଖାରଜ ହେଲା ଲକଡାଉନ୍ ସମୟରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ । ଏହାକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଛନ୍ତି ।

କୋର୍ଟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ୯ରେ ସ୍କୁଲ ଫି ସ୍ଥଗିତ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେଣୁ ଏହି ଘଟଣାରେ ଆଉ ଏକ ନିର୍ଦ୍ଦେଶ ଜାରି କରିବାର କୌଣସି ଆବଶ୍ୟକତା ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନ ସରକାର ପୂର୍ବରୁ ୩ ମାସ ଯାଏ ସ୍କୁଲ ଫି’ ଛାଡ ନେଇ ଘୋଷଣା କରିସାରିଛନ୍ତି । ଏହି ସମୟ ମଧ୍ୟରେ କୌଣସି ଛାତ୍ରଛାତ୍ରୀଙ୍କଠାରୁ ସ୍କୁଲ ଫି’ ଆଦାୟ କରାଯିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.