Latest Odisha News

BREAKING NEWS

୨୯ ଦିନ ଭିତରେ ଭାଙ୍ଗିଲା ୨୬୩ କୋଟି ଟଙ୍କାରେ ନିର୍ମିତ ବ୍ରିଜ

ପାଟଣା: ପ୍ରବଳ ବର୍ଷା ଯୋଗୁଁ ବିହାରରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଯାହା ପ୍ରଭାବରେ ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗଣ୍ଡକ ନଦୀ ଉପରେ ନିର୍ମିତ ହୋଇଥିବା ୨୬୩ କୋଟି ଟଙ୍କା ଏକ ବ୍ରିଜ ଭୁଷୁଡି ପଡିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷାରେ ନଦୀର ଜଳସ୍ତର ବଢିବା ଯୋଗୁଁ ସତରଘାଟ ପୋଲର କିଛି ଅଂଶ ଭୁଷୁଡି ଯାଇ ନଦୀ ସ୍ରୋତରେ ଭାସି ଯାଇଥିଲା ।

ଗତ ମାସରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହି ପୋଲର ଉଦଘାଟନ କରିଥିଲେ । କୁହାଯାଉଛି ଯେ ମାତ୍ର ୨୯ ଦିନ ଭିତରେ ବ୍ରିଜ ଭାଙ୍ଗିଯାଇଛି । ଯାହା ଫଳରେ ଚମ୍ପାରଣ, ତିରହୁତ ଓ ଶାରଣ ଭଳି କିଛି ଜିଲ୍ଲା ବିଚ୍ଛିନ୍ନ ହୋଇ ପଡିଛି।

ଅପରପକ୍ଷରେ ସତରଘାଟ ମୁଖ୍ୟ ପୋଲରୁ ପ୍ରାୟ ୧ କିମି ଦୂର ସଡକ ପଥ ମଧ୍ୟ ଧସି ଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ଏଥିଯୋଗୁଁ ଛାପରା, ସିବାନ, ଗୋପାଳଗଞ୍ଜ ଆଦି ଜିଲ୍ଲାରୁ ମୁଜଫରପୁର, ସିତାମଢି, ଦରଭଙ୍ଗା ଆଦି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

 

 

Leave A Reply

Your email address will not be published.